ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ ନିଷ୍ପତ୍ତି ନେଇ ପାରନ୍ତି । ସେ ଦେଶରେ ଆୟକର ବ୍ୟବସ୍ଥା ସମାପ୍ତ କରିବା ଉପରେ ଜୋର ଦେଉଥିବା ଜାତୀୟ ଗଣମାଧ୍ୟମରୁ ପ୍ରକାଶ । ତେବେ ଏହାକୁ ନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ଆଦେଶ ଦିଆଯାଇ ନାହିଁ । ଟ୍ରମ୍ପଙ୍କ କହିବା କଥା ଆୟକରକୁ ସମାପ୍ତ କରାଯାଇ ଟାରିଫକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରେ, ଯଦ୍ୱାରା ନିଜ ନାଗରିକଙ୍କ ପରିବର୍ତ୍ତେ ଆମେ ଅନ୍ୟ ଦେଶରୁ ଅଧିକ ଆୟ ହାସଲ କରି ପାରିବା ।
୍ଣସାମବାର ଟ୍ରମ୍ପ ଆୟକର ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଆମେରିକା ନାଗରିକଙ୍କୁ ଡିସ୍ପୋଲେବେଲ ଇନକମକୁ ଅଧିକ ପ୍ରୋତ୍ସାହିତ କରାଯାଇ ପାରିବ । ଡିସ୍ପୋଜେବେଲ ଇନକମର ଅର୍ଥ ଯାହା ଟ୍ୟାକ୍ସ ଓ ଅନ୍ୟ ସିକ୍ୟୁରିଟି ଚାର୍ଜେସ ଦେବା ପରେ ବଳକା ରହିଥାଏ । ଏହି ପଦକ୍ଷେପରେ ଆମେରିକୀୟଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଆୟକର ବ୍ୟବସ୍ଥା ସମାପ୍ତ ହେଲେ ଆମେରିକା ଆମଦାନୀ ଶୁଳ୍କ ବୃଦ୍ଧି କରିପାରେ ବୋଲି କୁହାଯାଉଛି ।
ଟ୍ରମ୍ପ କହିଛନ୍ତି, ସେହି ସମୟ ଉପନ୍ନୀତ ଆମେରିକା ସେହି ସିଷ୍ଟମକୁ ଫେରୁ, ଯିଏ ଆମକୁ ଧନୀ କରିବା ସହ ବହୁତ ଶକ୍ତିଶାଳୀ କରିଥିଲା । ବିଦେଶୀ ରାଷ୍ଟ୍ରଙ୍କୁ ସମୃଦ୍ଧ କରିବା ପାଇଁ ଆମ ନାଗରିକଙ୍କଠୁ ଟ୍ୟାକ୍ସ ନେବା ବଦଳରେ ଆମେ ନିଜ ନାଗରିକଙ୍କୁ ସମୃଦ୍ଧ କରିବା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ଟ୍ୟାକ୍ସ ଲଗାଇବା ଉଚିତ୍ । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଆମେରିକା ଇତିହାସରେ ୧୮୭୦ରୁ ୧୯୧୩ ମଧ୍ୟରେ ଦେଶର ସବୁଠୁ ଅଧିକ ଧନୀ ବ୍ୟକ୍ତି ଥିଲେ । ସେହି ସମୟରେ ଟାରିଫ ଆଧାରିତ ଅର୍ଥବ୍ୟବସ୍ଥା ଚାଲୁଥିଲା । ଏବେ ଦେଶ ସେହି ବ୍ୟବସ୍ଥାକୁ ଫେରିବ ବୋଲି ଟ୍ରମ୍ପ ସଙ୍କେତ ଦେଇଛନ୍ତି ।