ୱାଶିଂଟନ୍: ଆମେରିକାକୁ ପୁଣି ଥରେ ମହାନ କରିବା ଉଦ୍ଦେଶ୍ୟରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ସେ ଏଭଳି ଅନେକ ଆଦେଶ ଜାରି କରିଛନ୍ତି ଯାହା ଦେଶପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି। ସେପଟେ ଟ୍ରମ୍ପ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।
ମିଆମିରେ କଂଗ୍ରେସର ରିପବ୍ଲିକାନ୍ ବୈଠକରେ ଟ୍ରମ୍ପ କହିଛନ୍ତି, ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବା ପାଇଁ ମୁଁ ବହୁତ ଟଙ୍କା ସଂଗ୍ରହ କରିଛି। ମୁଁ ଭାବୁନାହିଁ ଯେ ମୁଁ ଏହି ଟଙ୍କାନିଜ ପାଇଁ ବ୍ୟବହାର କରିପାରିବି। ମୁଁ ଏ ବିଷୟରେ ଶତ ପ୍ରତିଶତ ନିଶ୍ଚିତ ନୁହେଁ କାରଣ ସମ୍ବିଧାନ ଅନୁଯାୟୀ ମୋତେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯିବ ନାହିଁ।

ଦୁଇ ଥର ନୁହେଁ, ତିନି ଚାରି ଥର ରାଷ୍ଟ୍ରପତି ହେବା ମୋର ସୌଭାଗ୍ୟ ହେବ ବୋଲି ସେ କହିଛନ୍ତି। ଆମେରିକା ସମ୍ବିଧାନର ୨୨ତମ ସଂଶୋଧନ ଅନୁଯାୟୀ ରାଷ୍ଟ୍ରପତି ଆମେରିକାରେ ମାତ୍ର ଦୁଇ ଥର ପଦରେ ରହିପାରିବେ। ସମ୍ବିଧାନରେ ଏହି ସଂଶୋଧନ ୧୯୫୧ମସିହାରେ କରାଯାଇଥିଲା। ରିପବ୍ଲିକାନ୍ ହାଉସ୍ ନେତା ମାଇକ୍ ଜନସନଙ୍କ ଆଡ଼କୁ ମୁହାଁଇ ସେ କହିଛନ୍ତି, ମୋତେ ଆଉ ଥରେ ଦୌଡ଼ିବାକୁ ଅନୁମତି ମିଳିବ କି ନାହିଁ ମୁଁ ଜାଣେ ନାହିଁ।
ସୂଚନାଯୋଗ୍ୟ, ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ପ୍ରଥମ ସପ୍ତାହରେ ଅନେକ ବଡ ନିଷ୍ପତ୍ତି ନେଇଥିଲେ। ଟ୍ରମ୍ପଙ୍କ ହିଟ୍ ଲିଷ୍ଟରେ ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରବାସୀ ଅଛନ୍ତି। ଏହି ବେଆଇନ ପ୍ରବାସୀଙ୍କ ପାଇଁ ସେ ପଡ଼ୋଶୀ ଦେଶ କାନାଡା, ମେକ୍ସିକୋ ଓ କଲମ୍ବିଆକୁ ଦାୟୀ କରୁଛନ୍ତି। ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସେ ପ୍ରଥମେ ଦକ୍ଷିଣ ସୀମାରେ ପ୍ରବାସୀଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିଲେ।