ୱାଶିଂଟନ: ନବ ନିର୍ବାଚିତ ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସୋମବାର ସାମାଜିକ ଗଣମାଧ୍ୟମ X ଜରିଆରେ ଏକ ବଡ ଖୁଲାସା କରିଛନ୍ତି। ୨୦ ଜାନୁଆରୀରେ ଶପଥ ଗ୍ରହଣ ପରେ ଏହି ସବୁ ଦେଶ ଗୁଡିକ ଉପରେ ବର୍ଦ୍ଧିତ ବାଣିଜ୍ୟ କର ଲାଗୁକରିବାକୁ ଯାଉଛନ୍ତି ଡୋନାଲଡ ଟ୍ରମ୍ପ। ସେ ନିଜର X ପୋଷ୍ଟ ଜରିଆରେ କହିଛନ୍ତି ମେକ୍ସିକୋ, ଚୀନ ଓ କାନାଡ଼ାରୁ ଆସୁଥିବା ସାମଗ୍ରୀ ଗୁଡିକ ଉପରେ ବର୍ଦ୍ଧିତ ବାଣିଜ୍ୟ ଶୁଳ୍କ ଲାଗୁ ହେବ।
୨୦ ଜାନୁଆରୀରେ ଦାଇତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମେ ମେକ୍ସିକୋ ଓ କାନାଡ଼ାରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ବାଣିଜ୍ୟ କର ଲାଗୁ କରେଇବା ନିମନ୍ତେ ସମସ୍ତ ଦସ୍ତାବିଜରେ ସ୍ଵାକ୍ଷର କରିବେ।
ଏହା ସହିତ ଚୀନ ଫେଣ୍ଟାନିଲ ନାମକ ରସାୟନର ଚୋରାଚାଲାଣ ତଥା କଳାବଜାରୀକୁ ରୋକିବାରେ ବିଫଳ ହୋଇଥିବା ଚୀନକୁ ସେ ବର୍ଦ୍ଧିତ ବାଣିଜ୍ୟ କର ଉପରେ ୧୦ ପ୍ରତିଶତ ଅତିରିକ୍ତ କର ଲଗାଇବେ ବୋଲି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବାର ପ୍ରଥମ କାର୍ଯ୍ୟକାଳରେ ନିଜର ରକ୍ଷଣଶୀଳ ତଥା ଆକ୍ରମଣାତ୍ମକ ବାଣିଜ୍ୟନୀତି ପାଇଁ ଜଣାଶୁଣା ଥିଲେ। ଆଗାମୀ ଦିନରେ ଚୀନ, ମେକ୍ସିକୋ ଓ କାନାଡ଼ା ତଥା ସଂଯୁକ୍ତ ୟୁରୋପୀୟ ରାଷ୍ଟ୍ର ଗୁଡିକଙ୍କୁ ତାଙ୍କର ବାଣିଜ୍ୟନୀତି ଗଭୀର ଭାବେ ପ୍ରଭାବିତ କରିବ।