ନୂଆଦିଲ୍ଲୀ: ଆମେରିକା ହ୍ୱାଇଟ୍ ହାଉସରେ ପାଳିତ ହୋଇଯାଇଛି ଆଲୋକର ପର୍ବ ଦୀପାବଳି । ରାଷ୍ଟ୍ରପତି ଜୋ-ବାଇଡେନ୍ ଆମେରିକାରେ ରହୁଥିବା ଭାରତୀୟ ନାଗିରିକଙ୍କୁ ନିମନ୍ତ୍ରଣ କରି ଦୀପାବଳି ପାଳନ କରିଛନ୍ତି ।
ସୋମବାର ସନ୍ଧ୍ୟାରେ ଜୋ-ବାଇଡେନ୍ ହ୍ୱାଇଟ୍ ହାଉସରେ ଦୀପାବଳିକୁ ଧୁମଧାମରେ ପାଳନ କରିଛନ୍ତି । ଭାରତୀୟ-ଆମେରିକୀୟ ନାଗରିକଙ୍କୁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରାଯାଇଥିଲା । ରେଙ୍ଗ ବେରଙ୍ଗ ଆଲୋକ ଓ ଫୁଲରେ ସଜା ଯାଇଥିଲା ହ୍ୱାଇଟ୍ ହାଉସ୍ । ସାଂସ୍କୃତିକ ଗୀତ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି ‘ହ୍ୱାଇଟ୍ ହାଉସ୍ କେବଳ ମୋର ଘର ନୁହେଁ, ଏହା ଆପଣଙ୍କ ଘର’।
ଏଠାରେ ପ୍ରକାଶ ଥାଉକି, ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଚଳିତ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଡେମୋକ୍ରାଟିକ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ନିର୍ବାଚନରେ କମଳା ହାରିସଙ୍କ ପକ୍ଷ ଅଧିକ ମଜବୁତ ରହିଛି । ତାଙ୍କ ବିପକ୍ଷରେ ମଇଦାନରେ ଅଛନ୍ତି ରିପବ୍ଲିକାନ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।