ନୂଆଦିଲ୍ଲୀ: ଇସ୍ରାଏଲର ତେଲ ଅବୀବ ସହରରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ୩ଟି ବସରେ ବୋମା ବିସ୍ଫୋରଣ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବାବେଳେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଇସ୍ରାଏଲ୍ ପୋଲିସ ସନ୍ଦେହ ପ୍ରକାଶ କରୁଛି ।
ଗୁରୁବାର ତେଲ୍ ଅବୀବ ସହରରେ ୩ଟି ବସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ପାର୍କିଂରେ ଥିବା ବସ୍ ଗୁଡ଼ିକରେ ଅଚାନକ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା । ସେଠାରେ ଥିବା ଅନ୍ୟ ଗାଡ଼ିକୁ ଗୁଡ଼ିକ ମଧ୍ୟର ଜଳିବାକୁ ଆରମ୍ଭ କରିଥିଲା । ଖବର ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାରେ ସଫଳରେ ହୋଇଥିଲେ । ଏଥିରେ କେହି ମୃତାହତ ହୋଇ ନ ଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଘଟଣା ପରେ ପରେ ଅନ୍ୟ ଦୁଇଟି ବସରେ ଲଗାଯାଇଥିବା ବୋମାକୁ ସ୍ଥାନୀୟ ପୋଲିସ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲା । ଏହା ବାଦ୍ ସମସ୍ତ ସାଧାରଣ ଯାନବାହାନ ଉପରେ ଯାତ୍ରା କରିବାକୁ କଟକଣା ଜାରି କରିଛନ୍ତି ପରିବହନ ମନ୍ତ୍ରୀ ମୋରୀ ରେଗବ । ଦେଶରେ ସମସ୍ତ ବସ୍, ଟ୍ରେନ୍ ଏବଂ ଲାଇଟ୍ ରେଳରେ ସେବାଗୁଡ଼ିକୁ ବନ୍ଦ ରଖାଯାଇ ଯାଞ୍ଚ କରାଯାଇଛି । ଏହି ବିସ୍ଫୋରଣ ୨୦୦୦ ମସିହାରେ ହୋଇଥିବା ବସ୍ ବିସ୍ଫୋରଣକୁ ମନେ ପକାଇ ଦେଇଛି ।
ଅଧିକ ପଢ଼ନ୍ତୁ- ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ : ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
ଅନ୍ୟପକ୍ଷରେ ଇସ୍ରାଏଲ ରକ୍ଷା ମନ୍ତ୍ରୀ ପଶ୍ଚିମ ଅଞ୍ଚଳରେ ଥିବା ଶରଣାର୍ଥୀ ଶିବିରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଆଇଡିଏଫକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଘଟଣା ଉପରେ ଲଗାତର ନଜର ରଖିଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବର୍ଷ ଲେବାନନ ଏବଂ ସିରିୟାରେ କିଛି ସ୍ଥାନରେ ପେଜର୍ ବୋମା ବିସ୍ଫୋରଣ ହୋଇଥିଲା । କାହାର ପକେଟ୍ ତ କାହାର ବ୍ୟାଗରେ ଥିବା ପେଜର୍ ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୪୦୦୦ ହଜାର ଲୋକ ଆହତ ହୋଇଥିଲେ । ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିଜର ଆଖି ହରାଇବାକୁ ପଡ଼ିଥିଲା । ତେବେ ଏହାର ଦୋଷ ଇସ୍ରାଏଲ୍ ସ୍ୱୀକାର କରିଥିଲା । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପେଜର୍ ବୋମା ଆକ୍ରମଣ ପାଇଁ ଅନୁମତି ପ୍ରଦାନ କରିଥିଲେ ବୋଲି କହିଥିଲେ ।