ନୂଆଦିଲ୍ଲୀ: ତିନୋଟି ବସ୍ରେ ସିରିଜ୍ ବିସ୍ଫୋରଣ ପରେ ଇସ୍ରାଏଲ ଏବେ ଆକ୍ସନ୍ସ ମୁଡ୍ କୁ ଆସିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ପଶ୍ଚିମ କୂଳରେ ଥିବା ଶରଣାର୍ଥୀ ଶିବିରଗୁଡ଼ିକରେ ଚଢାଉ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଆତଙ୍କବାଦୀମାନେ ଏଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନଗୁଡ଼ିକ ଗୁଶ୍ ଡାନ୍ ଅଞ୍ଚଳରେ ଇସ୍ରାଏଲର ସାଧାରଣ ଜନତାଙ୍କ ବିରୁଦ୍ଧରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଟୁଲକାରେମ, ୟହୁଦିଆ ଏବଂ ସାମାରିଆର ସମସ୍ତ ଶରଣାର୍ଥୀ ଶିବିରରେ ଅପରେସନକୁ ତୀବ୍ର କରିବାକୁ ଆଇଡିଏଫକୁ ନିର୍ଦ୍ଦେଶ ଦେଇଛି ।
ଗୁରୁବାର ତେଲ୍ ଅବୀବ ସହରରେ ୩ଟି ବସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ପାର୍କିଂରେ ଥିବା ବସ୍ ଗୁଡ଼ିକରେ ଅଚାନକ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା । ସେଠାରେ ଥିବା ଅନ୍ୟ ଗାଡ଼ିକୁ ଗୁଡ଼ିକ ମଧ୍ୟର ଜଳିବାକୁ ଆରମ୍ଭ କରିଥିଲା । ଖବର ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାରେ ସଫଳରେ ହୋଇଥିଲେ । ଏଥିରେ କେହି ମୃତାହତ ହୋଇ ନ ଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଘଟଣା ପରେ ପରେ ଅନ୍ୟ ଦୁଇଟି ବସରେ ଲଗାଯାଇଥିବା ବୋମାକୁ ସ୍ଥାନୀୟ ପୋଲିସ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲା ।
ଏହା ବାଦ୍ ସମସ୍ତ ସାଧାରଣ ଯାନବାହାନ ଉପରେ ଯାତ୍ରା କରିବାକୁ କଟକଣା ଜାରି କରିଛନ୍ତି ପରିବହନ ମନ୍ତ୍ରୀ ମୋରୀ ରେଗବ । ଦେଶରେ ସମସ୍ତ ବସ୍, ଟ୍ରେନ୍ ଏବଂ ଲାଇଟ୍ ରେଳରେ ସେବାଗୁଡ଼ିକୁ ବନ୍ଦ ରଖାଯାଇ ଯାଞ୍ଚ କରାଯାଇଛି । ଏହି ବିସ୍ଫୋରଣ ୨୦୦୦ ମସିହାରେ ହୋଇଥିବା ବସ୍ ବିସ୍ଫୋରଣକୁ ମନେ ପକାଇ ଦେଇଛି ।