ଆତଙ୍କବାଦ ଉପରେ ପାକିସ୍ତାନକୁ ଜାପାନର ରୋକ୍ ଠୋକ୍, ବନ୍ଦ କର ଆତଙ୍କୀ ନେଟଓ୍ଵର୍କ
Khabar Odisha:international-odisha-india-and-japan-ask-pakistan-to-take-concrete-action-against-terror-infrastructure
ନୂଆଦିଲ୍ଲୀ, ନଭେମ୍ବର୩୦(ଖବର ଓଡ଼ିଶା):

 ଭାରତ ଓ ଜାପାନ ନିଜ ନିଜର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ଟୁ-ପ୍ଲସ-ଟୁ ଦ୍ଵିପାକ୍ଷିକ ଆଲୋଚନାରେ ପାକିସ୍ତାନରେ ସଞ୍ଚାଳିତ ଆତଙ୍କବାଦୀ ଶିବିର କ୍ଷେତ୍ରୀୟ ଶାନ୍ତି ପାଇଁ ବିପଦ ବୋଲି ଚିନ୍ତା ପ୍ରକଟ୍ କରିଛନ୍ତି। ଦୁଇ ଦେଶ ପାକିସ୍ତାନକୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ସେ ନିଜ ଦେଶରେ ପରିଚାଳିତ ଆତଙ୍କୀ ନେଟଓ୍ଵର୍କ ଉପରେ ଦୃଷାନ୍ତମୂଳକ  ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଉ।

ଦୁଇ ଦେଶ ପାକିସ୍ତାନକୁ ବିଶେଷ କରି ଆତଙ୍କବାଦର ମୁକାବିଲାକୁ ନେଇ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଦେଇଥିବା ପ୍ରତିଶ୍ରୁତି ଉପରେ ବିଶ୍ଵାସଯୋଗ୍ୟ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି। ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ର ଗାଇଡ଼ଲାଇନ ଓ ଚେତାବନୀକୁ ମଧ୍ୟ ଦୁଇ ଦେଶ ମନେ ପକାଇ ଦେଇଛନ୍ତି।

ଟୁ-ପ୍ଲସ-ଟୁ ଫର୍ମାଟରେ ପ୍ରଥମ ଆଲୋଚନା

ଅଧିକାରୀ କହିଛନ୍ତି ଯେ, ଏହି ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ଵ ନେଇଥିବା ବେଳେ ଜାପାନ ପକ୍ଷରୁ ବୈଦେଶିକ ମନ୍ତ୍ରୀ ତୋସିମିତସୁ ମୋତେଗୀ ଓ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ନେତୃତ୍ଵ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଆୟୋଜିତ ୧୩ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ଲସ-ଟୁ-ପ୍ଲସର ରୂପରେଖା ପ୍ରସ୍ତୁତ କରିଥିଲେ।

ପ୍ଲସ-ଟୁ-ପ୍ଲସର ଫ୍ରେମଓ୍ଵର୍କର ପ୍ରଥମ ଆଲୋଚନା ପରେ ଜାରି ମିଳିତ ବିବୃତିରେ ଭାରତ-ଜାପାନ କହିଛି ଯେ, ମନ୍ତ୍ରୀମାନେ ଏହା ଜୋର ଦେଇଛନ୍ତି ଯେ, ସମସ୍ତ ଦେଶକୁ ଏହା ବାଧ୍ୟତାମୂଳକ ଭାବେ ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ନିଜ ମାଟିର ବ୍ୟବହାର ଅନ୍ୟ ଦେଶ ଉପରେ କୌଣସି ପ୍ରକାରର ଆତଙ୍କବାଦୀ ଆକ୍ରମଣ ପାଇଁ କରିବାକୁ ଦିଆନଯାଉ। ଏଥିରେ ପାକିସ୍ତାନ ଦ୍ଵାରା ସଞ୍ଚାଳିତ ଆତଙ୍କୀ ଶିବିର କ୍ଷେତ୍ରୀୟ ସୁରକ୍ଷା ପ୍ରତି ବିପଦ ଥିବା ଉଲ୍ଲେଖ କରି ଦୁଇ ଦେଶ କହିଛନ୍ତି ଯେ, ପାକିସ୍ତାନକୁ ଏଫଏଟିଏଫ ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ୟ୍ୟା ନୁଷ୍ଠାନ ନେବାକୁ ପଡ଼ିବ।

Subscribe

National International State Sports Entertainment