ନୂଆଦିଲ୍ଲୀ: ଆଜି ରାତିରେ ଗୋଟିଏ ସଭ୍ୟତା ସମ୍ପୂର୍ଣ୍ଣ ଶେଷ ହୋଇଯିବ, ଆଉ କେବେବି ଫେରିବ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଇରାନକୁ ଯୁଦ୍ଧ ଶେଷ କରିବାକୁ ମାତ୍ର ୪୮ ଘଣ୍ଟାର ସମୟ ଦେଇଥିଲେ । କିନ୍ତୁ ଏହି ସମୟ ଶେଷ ହେବା ପୂର୍ବରୁ ଟ୍ରମ୍ପ ଏହି ଘୋଷଣା କରିଦେଇଛନ୍ତି । ଯଦି ଟ୍ରମ୍ପଙ୍କ ଏହି ଚେତାବନୀ ସତ୍ୟ ପ୍ରମାଣିତ ହୁଏ ତେବେ ଇରାନ ପାଇଁ ଆଜିର ରାତି ଇତିହାସରେ ଏକ କାଳରାତି ଭାବେ ଲିପିବଦ୍ଧ ହୋଇଯାଇପାରେ । ଯାହାକୁ ନେଇ ସାରା ବିଶ୍ୱବାସୀ ଏବେ ଚିନ୍ତିତ ।
ମୁଁ ଚାହୁଁ ନାହିଁ ଏପରି କିଛି ହେଉ, କିନ୍ତୁ ବୋଧେ ହୁଏ ଏପରି ହେବ...
ଆହୁରି ଘନୀଭୂତ ହୋଇଛି ଇରାନ-ଆମେରିକା ଯୁଦ୍ଧ । ଏହି ଯୁଦ୍ଧକୁ ୬ ସପ୍ତାହ ବିତିଲାଣି, କିନ୍ତୁ କୌଣସି ନିଷ୍ପର୍ସ ବାହାରି ପାରିନାହିଁ । ଏହାରି ମଧ୍ୟରେ ଟ୍ରମ୍ପ ଇରାନକୁ ମୂଳପୋଛ କରିବାକୁ ଅନ୍ତିମ ଚେତାବନୀ ଦେଇ ଦେଇଛନ୍ତି । ଟ୍ରମ୍ପଙ୍କ ଅଫିସିଆଲ୍ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ 'ଟ୍ରୁଥ୍'ରେ ଏହି ଘୋଷଣା କରାଯାଇଛି । ଟ୍ରମ୍ପ କହିଛନ୍ତି, ଏକ ସମଗ୍ର ସଭ୍ୟତା ଆଜି ରାତିରେ ମରିଯିବ, କେବେବି ପ୍ରତ୍ୟାବର୍ତ୍ତନ କରିବ ନାହିଁ । ମୁଁ ଚାହୁଁ ନାହିଁ ଏପରି କିଛି ହେଉ, କିନ୍ତୁ ବୋଧେ ହୁଏ ଏପରି ହେବ । ତଥାପି ବର୍ତ୍ତମାନ ଯେତେବେଳେ ଆମର ସମ୍ପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଶାସନ ପରିବର୍ତ୍ତନ ହୋଇଛି, ଯେଉଁଠାରେ ଭିନ୍ନ, ବୁଦ୍ଧିମାନ ଏବଂ କମ୍ ମୌଳିକ ମନ ପ୍ରଚଳିତ ହେବ, ହୁଏତ କିଛି ବିପ୍ଳବୀ ଭାବରେ ଆଶ୍ଚର୍ଯ୍ୟଜନକ ଘଟିପାରେ, କିଏ ଜାଣେ ? ଆଜି ରାତି ବିଶ୍ୱର ଦୀର୍ଘ ଏବଂ ଜଟିଳ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହେବ । ୪୭ ବର୍ଷର ଚାନ୍ଦା, ଦୁର୍ନୀତି ଏବଂ ମୃତ୍ୟୁର ତାଣ୍ଡବ ଶେଷରେ ଶେଷ ହେବ । ଈଶ୍ୱର ଇରାନର ମହାନ ଜନତାଙ୍କୁ ଆଶୀର୍ବାଦ କରନ୍ତୁ !
ଟ୍ରମ୍ପଙ୍କ ଏହି ଚେତାବନୀ ପରେ ସାରା ବିଶ୍ୱ ଚିନ୍ତିତ । ଗୋଟିଏ ଦିନ ପୂର୍ବରୁ, ଟ୍ରମ୍ପ ଇରାନରେ ଫସି ରହିଥିବା ଆମେରିକୀୟ ବାୟୁସେନାଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଟ୍ରମ୍ପ ଇରାନକୁ ହର୍ମୁଜ୍ ପ୍ରଣାଳୀ ଖୋଲିବା ଏବଂ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ୪୮ ଘଣ୍ଟାର ସମୟ ସୀମା ଦେଇଥିଲେ । କିନ୍ତୁ ଏହି ସମୟସୀମା ଅବଧି ଶେଷ ହେବାକୁ ଆଉ କିଛି କ୍ଷଣ ବାକି ଅଛି ।
ଇରାନର ତୈଳ ରପ୍ତାନି କେନ୍ଦ୍ର ‘ଖାର୍ଗ ଦ୍ୱୀପ’ରେ ଆକ୍ରମଣ
ଆମେରିକା ଇରାନର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରିଛି । ଏହି ଦ୍ୱୀପ ପାରସ୍ୟ ଉପସାଗରରେ ଅବସ୍ଥିତ । ଇରାନର ପ୍ରାୟ ୯୦ ପ୍ରତିଶତ ଅଶୋଧିତ ତୈଳ ଏହି ଦ୍ୱୀପ ଦେଇ ରପ୍ତାନି ହୋଇଥାଏ। ଏହି ଦ୍ୱୀପ ଉପରେ ଆକ୍ରମଣର ଅର୍ଥ ହେଉଛି ଇରାନର ଅର୍ଥନୈତିକ ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ କରିଦେବା। ଗତ କିଛି ଦିନ ଧରି ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଛକାପଞ୍ଝା ମଧ୍ୟରେ ଏହି ଆକ୍ରମଣ ସାରା ବିଶ୍ୱର ତୈଳ ବଜାରକୁ ମଧ୍ୟ ପ୍ରଭାବିତ କରିଛି।