ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟିମରେ ନିକ୍କି ହେଲି ଏବଂ ପୂର୍ବତନ ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ସାମିଲ ହେବେ ନାହିଁ। ଏହି ଦୁଇ ନେତାଙ୍କୁ ସରକାରରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପଠାଯିବ ନାହିଁ। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ଣ୍ଣର ନିକି ହେଲି ଏବଂ ପୂର୍ବତନ ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କୁ ଆଉ ଦଳରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ ନାହିଁ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏହା ଘୋଷଣା କରିଛନ୍ତି। ନିକି ହେଲି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ଖାସ୍ କଥା ହେଉଛି ସେ ଚଳିତ ବର୍ଷ ରିପବ୍ଲିକାନ୍ ପ୍ରାଥମିକ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତେବେ ଟ୍ରମ୍ପ ନିକ୍କି ହେଲି ଓ ମାଇକ୍ ପମ୍ପିଓଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
ଗତ ସପ୍ତାହରେ ନିକ୍କି ହେଲି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଏକ ଲେଖା ମଧ୍ୟ ଲେଖିଥିଲେ। ଟ୍ରମ୍ପଙ୍କ ସମର୍ଥନରେ ହେଲି ଲେଖିଛନ୍ତି ଯେ ମୁଁ ପ୍ରତିଥର ଟ୍ରମ୍ପଙ୍କ ସହ ଶତ ପ୍ରତିଶତ ସହମତ ନୁହେଁ। କିନ୍ତୁ ଅଧିକାଂଶ ସମୟରେ ମୁଁ ତାଙ୍କ ସହ ସହମତ। ଅପରପକ୍ଷରେ କମଳା ହାରିସଙ୍କ ସହ ମୁଁ ପ୍ରାୟ ସବୁବେଳେ ଅସହମତ। ଏହା ଦ୍ୱାରା ନିଷ୍ପତ୍ତି ନେବା ସହଜ ହୋଇଥାଏ।
ରାଷ୍ଟ୍ରପତି ନିର୍ବାଚନ ସମୟରେ ମାଇକ୍ ପୋମ୍ପିଓ ମଧ୍ୟ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ସେ ଟ୍ରମ୍ପଙ୍କ ସବୁଠାରୁ କଠୋର ସମର୍ଥକ। ମାଇକ୍ ପୋମ୍ପିଓ ଟ୍ରମ୍ପଙ୍କ ଅଧୀନରେ ଥିବା କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଗତ ନଭେମ୍ବର ୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ କମଳା ହାରିସଙ୍କ ବିପକ୍ଷରେ ବିପୁଳ ବିଜୟ ହାସଲ କରିଥିଲେ। ଏହା ତାଙ୍କର ଦ୍ବିତୀୟ ବିଜୟ। ତେବେ ୨୦୨୦ରେ ଜୋ ବାଇଡେନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ। ନିର୍ବାଚନ ଜିତିବା ପରେ ଟ୍ରମ୍ପ ପ୍ରଥମ ଥର ପାଇଁ ସୁସି ୱିଲ୍ସ ଭାବେ ନିଯୁକ୍ତି ପାଇଥିଲେ। ସେ ୱିଲ୍ସଙ୍କୁ ହ୍ଵାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ଭାବେ ନିଯୁକ୍ତ କରିଥିଲେ। ୱିଲ୍ସ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଯିଏ କି ଏହି ପଦରେ ନିଯୁକ୍ତ ହୋଇଛନ୍ତି।