ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଟୋଗ୍ରାଫ ମାଗିଲେ ବାଇଡେନ
Khabar Odisha:US-President-Joe-Biden--praises-modi-a-autograph
ଖବର ଓଡିଶା : 21/05/2023:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅନ୍ୟଦେଶର ନେତାମାନଙ୍କ ସମ୍ମାନ ଓ ପ୍ରଶଂସା କେତେ ଅଧିକ ତାହା ଦେଖିବାକୁ ମିଳିଛି ଜି-୨୦ ଶିଖର ସମ୍ମିଳନୀରେ ।  ବିଶ୍ୱର ସବୁଠାରୁ ବିକଶିତ ରାଷ୍ଟ୍ର କୁହାଯାଉଥିବା ଆମେରିକାର ସର୍ବୋଚ୍ଚ ନେତା ତଥା ରାଷ୍ଟ୍ରପତି ଯେତେବେଳେ ମୋଦୀଙ୍କ ନିକଟକୁ ଆସି କରମର୍ଦ୍ଦନ କଲେ ସେଥିରୁ ପ୍ରମାଣିତ ହୋଇଥିଲା ମୋଦି କେତେ ଲୋକପ୍ରିୟ । ପ୍ରଧାନମନ୍ତ୍ରୀ ନିଜ ଆସନରେ ବସିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ତାଙ୍କ ନିକଟକୁ ଆସି ଆଲିଙ୍ଗନ କରିଥିଲେ ସେତିକି ନୁହେଁ  ଏହାସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଟୋଗ୍ରାଫ ମାଗିଥିଲେ । 

ବାଇଡେନ କହିଥିଲେ କି, ୱାସିଂଟନ ଡିସିରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମେରିକାର ଅନେକ ପ୍ରତିଷ୍ଠିତ ନାଗରିକ ତାଙ୍କୁ ଅନୁରୋଧ କରିଛନ୍ତି । ଏତେ ସଂଖ୍ୟାରେ ଲୋକ ଅନୁରୋଧ କରୁଛନ୍ତି , ଯାହା ଆମେରିକା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ବାଇଡେନ କହିଛନ୍ତି । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସପ୍ତାହରେ ୱାସିଂଟନ୍ ଡିସି ଗସ୍ତ କରିବେ । ସେହିଭଳି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ କହିଛନ୍ତି କି, ମଙ୍ଗଳବାର ମୋଦୀଙ୍କ ଭାଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ସଂପ୍ରଦାୟର ସମସ୍ତ ଅନୁରୋଧ ଗ୍ରହଣ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି ତେବେ ସିଡନୀରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମାତ୍ର ୨୦ ହଜାର ଲୋକ ବସିପାରିବାର କ୍ଷମତା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ତାରିଖରେ ଜି-୭ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ  ହିରୋସୀମାରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ବୈଠକରେ କହିଛନ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବିଶ୍ୱ ବାଣିଜ୍ୟ, ଉଦ୍ଭାବନ ଏବଂ ଅଭିବୃଦ୍ଧିର ଇଞ୍ଜିନ ବୋଲି ବର୍ଣ୍ଣନା କରିବା ସହ ଏହାର ସଫଳତା ଓ ନିରାପତ୍ତା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ । 

Subscribe

National International State Sports Entertainment