ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡରେ ପହଁଞ୍ଚିଲା ପାକିସ୍ତାନ କ୍ରିକେଟ ଦଳ
Khabar Odisha:The-Pakistan-cricket-team-has-arrived-in-England-to-play-a-Test-series
ଲଣ୍ଡନ, ଜୁନ ୨୯ (ଖବର ଓଡ଼ିଶା):

ଆଗାମୀ ଟେଷ୍ଟ ଏବଂ ଟି - ଟ୍ୱେଣ୍ଟି ସିରିଜ ଖେଳିବା ପାଇଁ ଇଂଲଣ୍ଡ ପହଁଞ୍ଚିଛି ପାକିସ୍ତାନ କ୍ରିକେଟ ଟିମ । ତେବେ 20 ଜଣ ପାକିସ୍ତାନ ଖେଳାଳି ଏବଂ 11 ଜଣ ସପୋର୍ଟ ଷ୍ଟାଫ ମିଶି 31 ଜଣିଆ ଦଳ ଆଜି ଇଂଲଣ୍ଡରେ ପହଁଞ୍ଚିଛନ୍ତି । ମହାମାରୀ କରୋନା ପାଇଁ ସମସ୍ତ ଖେଳାଳି ମାସ୍କ ପିନ୍ଧିଥିଲେ ଏବଂ ସାମାଜିକ ଦୂରତା ରକ୍ଷା କରିଥିଲେ ।

ଏବେ ପାକିସ୍ତାନ ଦଳ 14 ଦିନ ଆଇସୋଲେସନରେ ରହିବା ସହ ଆଗାମୀ ଜୁଲାଇ ମାସ 13 ତାରିଖରୁ ଟ୍ରେନିଙ୍ଗ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହି ଗସ୍ତ ନିମନ୍ତେ ଘୋଷଣା କରାଯାଇଥିବା 29 ଜଣିଆ ଦଳରୁ କିଛି ଖେଳାଳି କରୋନା ସଂକ୍ରମିତ ଥିବାରୁ ଏହି ଗସ୍ତରୁ ବାଦ ପଡିଛନ୍ତି । ଏହି ଗସ୍ତରେ ପାକିସ୍ତାନ 3ଟି ଟେଷ୍ଟ ଏବଂ 3 ଟି ଟି -ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି ।

  • Tags:

Subscribe

National International State Sports Entertainment