ଘନ ଅନ୍ଧାରରେ ବୁଡିଲା ଶ୍ରୀଲଙ୍କା । ସମଗ୍ର ଶ୍ରୀଲଙ୍କାର କୋଣ ଅନୁକୋଣରେ ଛାଇ ଯାଇଛି ଅନ୍ଧାର । ବିଦ୍ୟୁତ ବିଭାଗର ତ୍ରୁଟି ଫଳରେ ଏଭଳି ଘଟିଛି ଯାହା ଫଳରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ସାଧାରଣ ଲୋକେ । ଆଲୋକ ନଥିବାରୁ ସବୁଆଡେ ଘୋଟି ଯାଇଛି ଅନ୍ଧକାରର ଛାୟା । ଏହି ବିଜୁଳି ସମସ୍ୟା ପାଇଁ ଇଣ୍ଟରନେଟ ସେବା ମଧ୍ୟ ବାଣ୍ଡ ହୋଇଯାଇଛି ।
ସୂଚନା ଅନୁଯାୟୀ,କୋଟମାଲେ ବିୟାଗାମା ଟ୍ରାନ୍ସମିଶନ ଲାଇନ ଭାଙ୍ଗିଯିବା କାରଣରୁ ସମଗ୍ର ଦେଶରେ ବିଦ୍ଯୁତ ସେବା ଠପ୍ ହୋଇଯାଇଥିଲା । ସାରା ଦେଶରେ ବିଦ୍ୟୁତର ଏହିଭଳି ସମୟ ଦେଖାଦେଇଥିଲା । ଯାହା ଫଳରେ ସାଧାରଣ ଲୋକେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ସେଲନ ଇଲେକ୍ଟ୍ରିସିଟି ବୋର୍ଡ ଦେଶର ଏକମାତ୍ର ବିଦ୍ୟୁତ ସରବରାହ ସଂସ୍ଥା ତେଣୁ ବାରମ୍ବାର ଏଭଳି ଅସୁବିଧା ହେଉଛି । ତେବେ ଏହି କମ୍ପାନୀ ପକ୍ଷରୁ ଏହି ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଇଛି ।ଏନେଇ ଖୁବଶୀଘ୍ର ବିଦ୍ୟୁତ ସେବାକୁ ସୁଧାରିବା ପାଇଁ ଆଶ୍ବାସନା ଦିଆଯାଇଛି ।
ଅଧିକ ପଢନ୍ତୁ :ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂମିକମ୍ପ :ସୁନାମୀ ହାଇଆଲର୍ଟ