ନବନିର୍ବାଚିତ ରାଷ୍ଟମୁଖ୍ୟଙ୍କ ସ୍ବତନ୍ତ୍ର ଭେଟି, ଅର୍ଥବ୍ୟବସ୍ଥାକୁ ସୁଧାରିବାକୁ ୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ ବାଇଡେନ
Khabar Odisha:Special-meeting-of-the-newly-elected-PresidentBiden-announced-a--136-million-relief-package-to-boost-the-economy
ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା):

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ରୂପେ ଶପଥ ନେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେ ପ୍ରଚାର ବେଳେ ବାବଦରେ ଆଜି ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁଁ ଆମେରିକାର ଅର୍ଥନୀତିରେ ଅସ୍ଥିରତା ଦେଖାଯିବାରୁ ସୁଧାରିବା ନିମନ୍ତେ ୧.୯ ଟ୍ରିଲିୟନ୍ ଡଲାରର ବା ୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି।

ରିଲିଫ୍ ପ୍ୟାକେଜ୍ ଆମେରିକାର ଦୁଇ ସଂସଦରେ ପାସ୍ ହେବା ପରେ ଲାଗୁ କରାଯିବ। ସେହି ପ୍ୟାକେଜ ଅନୁସାରେ ପ୍ରତ୍ୟେକ ଆମେରିକୀୟଙ୍କୁ ୧ ହଜାର ୪ ଶହ ଡଲାର ବା ପାଖାପାଖି ୩୦ ହଜାର ଟଙ୍କା ଲେଖାଁଏ ମିଳିବ । ବାଇଡେନଙ୍କ ପ୍ୟାକେଜରେ ଛୋଟ ବ୍ୟବସାୟୀଙ୍କୁ ରିହାତି ପ୍ରଦାନ କରାଯିବା ସହ ତାହାକୁ ଆମେରିକା ରେସ୍କ୍ୟୁ ପ୍ଲାନର ଆଖ୍ୟା ଦିଆଯିବ ।

ପ୍ଲାନ୍ ଅନୁସାରେ ପ୍ୟାକେଜର ଅର୍ଥକୁ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ବଣ୍ଟାଯାଇଛି । ଏଥିରେ ୪୧୫ ବିଲିୟନ୍ ଡଲାର କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ୧୪୦୦ ଡଲାର ପ୍ରତ୍ୟେକ ଆମେରିକା ବାସୀଙ୍କ ବ୍ୟାଙ୍କ ଖାତାକୁ ଯିବ ଏବଂ ୪୪୦ ଡଲାର କ୍ଷୁଦ୍ର ବ୍ୟବସାୟରେ ସୁଧାର ଆଣିବା ପାଇଁ ଖର୍ଚ୍ଚ କରିଯିବ । ଏହାଛଡ଼ା ପ୍ରତି ଘଣ୍ଟା ହିସାବରେ କର୍ମଚାରୀଙ୍କୁ ନ୍ୟୁନତମ ୧୫ ଡଲାରର ଦରମା ଦିଆଯିବ ।

  • Tags:

Subscribe

National International State Sports Entertainment