ଲଗେଜ୍ରୁ ମିଳିଲା କଙ୍କାଳ ଓ ହିଂସ୍ର ଜନ୍ତୁଙ୍କ ମାଂସ । ବିମାନରେ ଯଦି କେହି ବେଆଇନ ଲଗେଜ୍ ନେଇ ଯାଆନ୍ତି ତେବେ ସେମାନେ ଧରା ପଡନ୍ତି । କିନ୍ତୁ ଜଣେ ଯାତ୍ରୀ ବିମାନରେ ଲଗେଜ୍ରେ ଅଜବ ସାମଗ୍ରୀ ନେବା ସମୟରେ ଧରାପଡ଼ିଛନ୍ତି । ଆପଣମାନେ ଆଶ୍ଚର୍ଯ୍ୟ ହେବେ କି ବ୍ୟକ୍ତି ଜଣକ ବିମାନରେ କଙ୍କାଳ ଓ ହିଂସ୍ର ଜନ୍ତୁଙ୍କ ମାଂସ ନେଉଥିଲେ । ଯାହା ତାଙ୍କ ଲଗେଜ୍ରୁ ଏହା ଉଦ୍ଧାର କରାଯାଇଛି। ତେବେ ସେ ନେଉଥିବା ହାଡ ଓ ମାଂସ ଅନେକ ଦିନ ତଳର ବୋଲି ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, କଙ୍ଗୋକୁ ଯାତ୍ରା କରି ଫେରିବା ସମୟରେ ବୋଷ୍ଟନ ଏୟାରପୋର୍ଟରେ ତାଙ୍କର ଲଗେଜ୍ ଚେକିଂ ହୋଇଥିଲା । କଷ୍ଟମ ବିଭାଗ ଓ ସୀମା ସୁରକ୍ଷା କୁକୁର ଲଗେଜକୁ ଜବତ କରିଥିଲା। ଏହାପରେ ଲଗେଜ୍ କୁ ଭଲଭାବରେ ଚେକିଂ କରିବାରୁ ସେଥିରୁ ମାଙ୍କଡ଼ଙ୍କ ଶୁଖିଲା ମୁଣ୍ଡ ଓ ଶୁଖିଲା ମାଛ ମିଳିଥିଲା। ଏୟାରପୋର୍ଟର ଅଧିକାରୀ କହିଛନ୍ତି କି ସେହି ଲଗେଜ୍ରୁ ୪ଟି ମାଙ୍କଡ଼ର କଙ୍କାଳ ଓ ହ୍ରିଂସ ଜନ୍ତୁଙ୍କ ମାଂସ ମିଳିଥିଲା । ତେବେ ଏହା ଔଷଧ ଚାଲାଣ ଉଦ୍ଦେଶ୍ୟରେ ଏହା କରାଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ ହ୍ରିଂସ ଜନ୍ତୁଙ୍କ ମାଂସ Bushmeat ବୋଲି କୁହାଯାଏ। ତେବେ ଏହି ଚାଲାଣ ଦ୍ୱାରା ଭାଇରସ ବ୍ୟାପିବାର ଅସମ୍ଭାବନା ରହିଛି ତେଣୁ ଏହାକୁ ଦେଶରେ ବାରଣ କରାଯାଇଛି । ଏହି ମାମଲାରେ ଅନ୍ୟକାରହ ଲିଙ୍କ ଅଛି ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଖେଳପଡ଼ିଆରେ ଚାଲିଗଲା ଜୀବନ !