ବୁଧବାର ଦିନ କାତାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତରେ କାତାରର ଅମିର ସେଖ୍ ତମିମ ବିନ୍ ହମଦ ଏବଂ ଅନ୍ୟ ଉଚ୍ଚ ପ୍ରତିନିଧିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ କାତାର ଗସ୍ତ।
ସୂଚନାଯୋଗ୍ୟଯେ, ଗୁପ୍ତଚର ଅଭିଯୋଗରେ ୨୦୨୨ ଅଗଷ୍ଟ ୩୦ରେ ଏହି ନୌସେନା ଅଧିକାରୀଙ୍କୁ କାତାର ସରକାର ବନ୍ଦୀ କରିଥିଲେ । ୨୦୨୩ ଅକ୍ଟୋବର ୨୬ରେ କାତାରର ଏକ କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡଦେଶ ଦେଇଥିଲେ । ତେବେ ଭାରତ ପକ୍ଷରୁ କୂଟନୈତିକ ଚାପ ପରେ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରିଥିଲେ କତାର ସରକାର। ୧୮ ମାସ ଧରି କାତାର ଜେଲରେ ବନ୍ଦୀ ଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଫାଶୀଦଣ୍ଡରୁ ମୁକୁଳି ଭାରତ ଫେରିଛନ୍ତି।
ନିକଟରେ କାତାର ଜେଲରେ ବନ୍ଦୀ ଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଫାଶୀଦଣ୍ଡରୁ ମୁକୁଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚି ଭାବ ବିହ୍ୱଳ ହୋଇପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ମୁକ୍ତ କରାଯିବା ସହ ଭାରତରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ସହାୟତା କରିଥିବାରୁ କାତାର ସରକାରଙ୍କୁ ଧନ୍ୟବାଦ ଜଣାଇଛି ବୈଦେଶିକ ମନ୍ତ୍ରଣାଳୟ । ଜନ୍ମମାଟିକୁ ଫେରିଥିବାରୁ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଏହା ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଥିବା ବେଳେ କାତାର ସହ ସଂପର୍କ ଆହୁରି ନିବିଡ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ।
ଅଧିକ ପଢନ୍ତୁ: ଲୁଚିଗଲେ ନୀଳଚକ୍ର!