ପ୍ୟାରିସ: ଆସନ୍ତା ବର୍ଷର ବଜେଟ୍ରେ ବ୍ୟାପକ ହ୍ରାସ ଯୋଜନା ବିରୁଦ୍ଧରେ ଗୁରୁବାର ଟ୍ରେଡ୍ ୟୁନିଅନ୍ ଦ୍ୱାରା ଆୟୋଜିତ ଧର୍ମଘଟରେ ୮୫୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ସେମାନେ ଶୋଭାଯାତ୍ରା କରିଛନ୍ତି। ଫଳରେ ଇଫେଲ୍ ଟାୱାରକୁ ବନ୍ଦ କରିବାକୁ ବାଧ୍ୟ କରାଯାଇଥିଲା। ସେମାନେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ପ୍ରଧାନମନ୍ତ୍ରୀ ସେବାଷ୍ଟିନ୍ ଲେକୋର୍ନୁଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟକମାନଙ୍କୁ ଇଫେଲ ଟାୱାର ନଯିବାକୁ ପରାମର୍ଶ ଦେଇଛି।
ଟ୍ରେଡ୍ ୟୁନିଅନ୍ ନେତାମାନେ ସାର୍ବଜନୀନ ସେବାରେ ଅଧିକ ଖର୍ଚ୍ଚ, ଅବସର ବୟସ ବୃଦ୍ଧି ପ୍ରତ୍ୟାହାର ଏବଂ ଧନୀମାନଙ୍କ ଉପରେ ଅଧିକ କର ଦାବି କରୁଛନ୍ତି। ସେମାନଙ୍କ ମଧ୍ୟରେ ଫ୍ରାନ୍ସର ସର୍ବବୃହତ ୟୁନିଅନ୍, ସିଏଫଡିଟି ଏବଂ କଠୋରପନ୍ଥୀ ସିଜିଟିର ନେତାମାନେ ଅନ୍ତର୍ଭୁକ୍ତ। ପୂର୍ବ ବଜେଟ୍ ପ୍ରସ୍ତାବରେ ଶ୍ରମିକମାନଙ୍କ ସହ ଜଡିତ ସମସ୍ତ କାଟ୍ ସ୍ଥାୟୀ ଭାବରେ ବାତିଲ କରାଯିବା ଉଚିତ। ସିଜିଟିର ସାଧାରଣ ସମ୍ପାଦକ ସୋଫି ବିନଟ୍ କହିଛନ୍ତି।
ପୂର୍ବ ପ୍ରଧାନମନ୍ତ୍ରୀ ଫ୍ରାନ୍କୋଇସ୍ ବେରୋଙ୍କୁ ବଜେଟ୍ରେ ୪୪ ବିଲିୟନ ୟୁରୋ ହ୍ରାସ ଯୋଜନା ଯୋଗୁଁ ସଂସଦ ଦ୍ୱାରା ପଦରୁ ବହିଷ୍କାର କରାଯାଇଥିଲା। ଗୁରୁବାର ରାସ୍ତାକୁ ଓହ୍ଲାଇଥିବା ଲୋକଙ୍କ ସଂଖ୍ୟା ପୂର୍ବ ପ୍ରତିବାଦ ଅପେକ୍ଷା କମ୍ ଥିଲା।
ଯଦିଓ ଆମ ମଧ୍ୟରୁ ବହୁତ ଲୋକ ନାହାଁନ୍ତି ତଥାପି ଆମକୁ ଲଢ଼ିବାକୁ ପଡ଼ିବ। ପ୍ରତ୍ୟେକ ଥର ଆମେ ଗୋଟିଏ ଦିନ ହାରିବା। କିନ୍ତୁ ସାଧାରଣତଃ ଗଣତନ୍ତ୍ର ଏହିପରି ଅଗ୍ରଗତି କରେ। ନାଣ୍ଟେସରେ ପ୍ରତିବାଦରେ ଯୋଗ ଦେଇଥିବା ଡୋମିନିକ୍ ମେନିୟର କହିଛନ୍ତି। ସିଜିଟି ୟୁନିଅନ କହିଛି ଯେ ଡିଜନ୍। ଫ୍ରାନ୍ସର ୨୪୦ରୁ ଅଧିକ ସ୍ଥାନରେ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି। ଶୃଙ୍ଖଳା ବଜାୟ ରଖିବା ପାଇଁ ୭୬,୦୦ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ଅଧିକ ପଢ଼ନ୍ତୁ: ୧୭ଟି ରାଜ୍ୟକୁ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ