ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ, ଭାରତର ବର୍ତିକା ଟପ-20ରେ ସାମିଲ
Khabar Odisha:National-news--South-Africa-Zozibini-Tunzi-Miss-Universe-2019-Miss-India-Vartika-Singh
ନୂଆଦିଲ୍ଲୀ, ଡିସେମ୍ବର ୦୯ (ଖବର ଓଡ଼ିଶା):

ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ 2019 ମିସ ୟୁନିଭର୍ସ ହୋଇଛନ୍ତି । ଆମେରିକାର ଆଟଲାଣ୍ଟାରେ ଆୟୋଜିତ ଏହି ସମାରୋହରେ 90 ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ । ଭାରତର 26 ବର୍ଷିୟ ବର୍ତିକା ସିଂହ ଟପ-20 ଜଣଙ୍କ ମଧ୍ୟରେ ସାମିଲ ହୋଇଥିଲେ । ପୋର୍ତେ ରିକୋର ମେଡିସର ଫର୍ସ୍ଟ ଏବଂ ମେସ୍କିକୋର ଏସଲେ ଅଲବିନ୍ଦ୍ରେଜ ରନର-ଅପ ରହିଥିଲେ ।  

ଟୁଞ୍ଜୀ ଅନେକ ପ୍ରଶ୍ନ-ଉତ୍ତର ରାଉଣ୍ଡ ପରେ ଏହି ଟାଇଟଲ ନିଜ ନାଁରେ କରିଥିଲେ । ସେ ଦକ୍ଷିଣ ଆଫ୍ରିକାର ତୃତୀୟ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି । ଏହା ପୂର୍ବରୁ ଏହି ଟାଇଟଲ 2017 ମସିହାରେ ଡେମୀ-ଲେଗ ନେଲ-ପୀଟର୍ସ ଜିତିଥିଲେ । 2018 ମସିହାରେ ଏହି ମୁକୁଟ ଫିଲିପିନ୍ସର କେଟ୍ରିୟୋନା ଗ୍ରେ ପିନ୍ଧିଥିଲେ । 

 ଟୁଞ୍ଜୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସୁନ୍ଦରତାର ଅର୍ଥ କଣ ? ଟୁଞ୍ଜୀ ଏହାର ଜବାବରେ କହିଥିଲେ, ମୋ ଦେହର ରଙ୍ଗ କାରଣରୁ ମୋତେ ନିଜ ଦେଶରେ ହିଁ ସୁନ୍ଦର ଧରାଯାଉନି । ମୁଁ ଚାହେଁ ଏହି ଟାଇଲଟ ହାସଲ କରି ଫେରିବି, ତେବେ ମୋ ଦେଶର ପିଲାମାନେ ମୋତେ ଦେଖି ଗର୍ବ ଅନୁଭବ କରିବେ । ସେମାନେ ମୋ ଭିତରେ ନିଜର ସ୍ୱପ୍ନ ଦେଖିବେ ।  

ସେ କହିଛନ୍ତି ପ୍ରତିଟି ଝିଅ ଯେଉଁମାନେ ଏହି ମୂହୂର୍ତ୍ତର ସାକ୍ଷୀ ହୋଇଛନ୍ତି , ସେମାନେ ସର୍ବଦା ନିଜ ସ୍ୱପ୍ନରେ ବିଶ୍ୱାସ ରଖିବେ ଏବଂ ସେ ଏହାକୁ ପୂରଣ କରିବା ପାଇଁ ପରିଶ୍ରମ କରିବେ । 

Subscribe

National International State Sports Entertainment