ଚୀନର ଡାକ୍ତର ଜାଣିଥିଲେ କରୋନା କେତେ ଭୟଙ୍କର, କିନ୍ତୁ ସେମାନଙ୍କୁ ମିଛ କହିବାକୁ କୁହାଯାଇଥିଲା!
Khabar Odisha:Nation-Doctors-in-China-silenced-over-true-coronavirus-origin

ନୂଆଦିଲ୍ଲୀ, ଜାନୁଆରୀ ୨୦ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ ତମାମ ଦେଶକୁ ସଂକଟରେ ପକାଇଥିବା କରୋନା ଭାଇରସ ବ୍ୟାପିବା ନେଇ ଚୀନର ସନ୍ଦିଗ୍ଧ ଭୂମିକା ରହିଛି । ଆଜିଯାଏଁ ୯ କୋଟି ୬୫ ଲକ୍ଷ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ୨୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଚୀନ ଏହାକୁ ଖଣ୍ଡନ କରୁଛି । ଆମେରିକା ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶକୁ ଆଘାତ ଦେଇଥିବା ଏହି ଭାଇରସ ନେଇ ଚୀନର କିଛି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଗୁଇନ୍ଦା କ୍ୟାମେରାରେ ମାଧ୍ୟମରେ ସତ ଜାଣିପାରିବା ପରେ ଚୀନ ଉପରକୁ ପୁଣି ଅଙ୍ଗୁଳି ଉଠିଛି । 

ୟୁକେର ନ୍ୟୁଜ ୱେବସାଇଟ ମିରର ଅନୁସାରେ ଚୀନର ଉହାନର କିଛି ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି ଯେ, ତାଙ୍କୁ ବହୁ ପୂର୍ବରୁ ଏବାବଦରେ ଜଣା ଥିଲା ଯେ, କରୋନା ଭାଇରସ ବିପଦ ଓ ଦ୍ରୁତ ଗତିରେ ବ୍ୟାପିବ । କିନ୍ତୁ ତାଙ୍କୁ ମିଛ କହିବାକୁ ପ୍ରବର୍ତ୍ତା ଯାଇଥିଲା । ୨୦୧୯ ଡିସେମ୍ବରରେ ଏହି ଭାଇରସର ଭୟାବହତା ସଂପର୍କରେ ଜଣାଥିଲା । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏସଂପର୍କରେ ୨୦୨୦ ଜାନୁଆରୀ ମାସ ମଧ୍ୟ ଭାଗରେ କୁହାଗଲା ଯେ, ଭାଇରସ ଲୋକଙ୍କ ଜୀବନ ନେଉଛି । ସ୍ୱାସ୍ଥ୍ୟ କର୍ମୀମାନେ କହିଛନ୍ତି ଯେ, ଏହି ଭାଇରସ ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ମନୁଷ୍ୟଙ୍କ ପାଖକୁ ବ୍ୟାପିବା ସଂପର୍କରେ ହସ୍ପିଟାଲକୁ ସତ କହିବାରେ ମନା କରାଯାଇଥିଲା । 

କରୋନା ଭାଇରସ କାରଣରୁ ଚୀନରେ ଖରାପ ସ୍ଥିତିକୁ ଦେଖି ଚୀନ ନୂଆ ବର୍ଷରେ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିଲା । ନିକଟରେ ଆମେରିକା ତରଫରୁ ଏହି ଦାବିକୁ ପ୍ରକାଶିତ କରାଯାଇଛି ଯେ, କରୋନା ଭାଇରସ ଉହାନ ଲ୍ୟାବରୁ ଲିକ ହୋଇଥିଲା । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ୟାନେଲ କହିଛି ଯେ, ବେଜିଂ କରୋନା ବ୍ୟାପିବା ନେଇ ବିଳମ୍ବରେ ସୂଚନା ପ୍ରଦାନ କରିଥିଲା । 

 

  • Tags:

Subscribe

National International State Sports Entertainment