ଚୀନ ପାଇଁ ଘନାଉଛି ବିପଦ, ଭିଏତନାମ ନିଜର ବୁଦ୍ଧିରେ ହାସଲ କରିବ ସଫଳତା!
Khabar Odisha:International-Vietnam-likely-to-replace-China-as-factory-of-the-world-in-near-future

ନୂଆଦିଲ୍ଲୀ, ଜୁନ୍ ୨୬ (ଖବର ଓଡ଼ିଶା): କୋଭିଡ-୧୯ ଆସିବା ପୂର୍ବରୁ ଚୀନ ‘ବିଶ୍ୱର କାରଖାନା’ ଭାବେ ନିଜକୁ ଉପସ୍ଥାପିତ କରୁଥିଲା । କୋଭିଡ ସମୟରେ ବିଶ୍ୱର ତମାମ ଦେଖା ଚୀନ ଉପରେ ନିର୍ଭର ଯୋଗାଣ କ୍ଷେତ୍ରରେ ଯେତେବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେମାନେ ବିକଳ୍ପ ରାସ୍ତା ମଧ୍ୟ ଖୋଜିଥିଲେ । ଏବେ କୋଭିଡର ଓମିକ୍ରନ ଭାରିଆଣ୍ଟ ଚୀନରେ କାୟା ମେଳାଇଛି । ଏଠାରେ ଉତ୍ପାଦନ ହବ ଶାଂଘାଇ ଓ ଗୁଆଙ୍ଗଡୋଙ୍ଗ ରାଜ୍ୟରେ ସ୍ଥିତି ବିପଦଆଡ଼କୁ ଅଗ୍ରସର ହେଉଛି । ଭିଏତନାମର ନୂଆ କାରଖାନା ଚୀନର ଚିନ୍ତା ବଢ଼ାଇ ଦେଇଛି । 

ଉତ୍ପାଦନ କରୁଥିବା ତମାମ କଂପାନୀ ଏବେ ଭିଏତନାମା ଉପରେ ନଜର ରଖୁଛନ୍ତି । ଯଦି ଏହା ହେଉଥିବ, ତା’ହେଲେ ଏହାର କିଛି କାରଣ ରହିଛି । ସର୍ବପ୍ରଥମେ ବିଏତନାମାର ଷ୍ଟ୍ରାଟିଜିକ୍ ସ୍ଥାନ । ଭିଏତନାମ ବିଶ୍ୱର ପ୍ରମୁଖ ସମୁତ୍ର ମାର୍ଗରେ ହିଁ ପଡୁଛି । ଏହା ବ୍ୟତୀତ ଜମି କିଣିବା ଏଠାରେ ଶାସ୍ତା ହୋଇଥାଏ । ଶ୍ରମିକ ଖର୍ଚ୍ଚ ମଧ୍ୟ କମ । ଏଥି ପାଇଁ କଂପାନୀମାନଙ୍କୁ କାରଖାନା ଅଥବା ଗୋଦାମର ଅପରେଶନାଲ ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେଣୁ ଆଗାମୀ ଦିନରେ ଚୀନ ବିକଳ୍ପ ଭାବେ ଭିଏତନାମ ଛିଡ଼ା ହୋଇପାରେ । 

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ ଭିଏତନାମର ପ୍ରଥମ ତ୍ରୟମାସିକ ଆର୍ଥିକ କାରବାର ଭଲ କରିଛି । ଭିଏତନାମର ସାଂଖ୍ୟିକୀ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ ପ୍ରଥମ ତିନି ମାସରେ ଅର୍ଥବ୍ୟବସ୍ଥା ବାର୍ଷିକ ଆଧାରରେ ୫.୦୩ ପ୍ରତିଶତରୁ ବଢ଼ିଛି । ଏହି ସମୟରେ ଚୀନର ଆଥିର୍କ ବୃଦ୍ଧି ଦର ୪.୮ ପ୍ରତିଶତ ରହିଛି । ସେହିପରି ଭିଏତନାମର ବିଦେଶ ବ୍ୟାପାର ପ୍ରଥମ ୩ ମାସରେ ବଢ଼ି ୧୭୬.୩୫ ମିଲିୟନ ଡଲାର ରହିଛି, ଯାହାକି ବାର୍ଷିକ ଆଧାରରେ ୧୪.୪ ପ୍ରତିଶରୁ ଅଧିକ । 

 

  • Tags:

Subscribe

National International State Sports Entertainment