ଆମେରିକାରେ କରୋନା: ଦିନକରେ ପୁଣି ୯୫ ହଜାର ନୂଆ ଆକ୍ରାନ୍ତ, ୧୧୭୧ ମୃତ
Khabar Odisha:International-More-than-95000-corona-positive-in-single-day-in-America

ୱାଶିଂଟନ୍‌, ନଭେମ୍ବର ୨୦ (ଖବର ଓଡ଼ିଶା): ଆମେରିକାବାସୀଙ୍କୁ କରୋନା ଭାଇରସ ମହାମାରୀ ଚିନ୍ତା ବଢ଼ାଇଛି। ବ୍ୟାପକ ଚିକିତ୍ସା ସୁବିଧା ପରେ ମଧ୍ୟ ଆମେରିକାରେ କରୋନା ଭାଇରସ ମହାମାରୀ ନିୟନ୍ତ୍ରିତ ହୋଇପାରୁ ନାହିଁ। ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ୯୫ ହଜାର ୧୫୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୯ ହଜାର ୯୯୨ ଜଣ ସୁସ୍ଥ ହୋଇଥିଲା ବେଳେ ୧ ହଜାର ୧୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟା ପୂର୍ବରୁ ଆମେରିକାରେ  ୯୦ ହଜାର ୪୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୫୮ ହଜାର ୨୮୧ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୦୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଗତ ୧୮ ତାରିଖରେ ୯୮ ହଜାର ୯୮୩ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୧ ଲକ୍ଷ ୧୫ ହଜାର ୭୩୯ ଜଣ କରେନାରୁ ସୁସ୍ଥ ହୋଇଥିଲେ। କିନ୍ତୁ କରୋନା ଯୋଗୁଁ ୧୦୪୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲେ। 

ଆମେରିକାରେ ଏଯାଏଁ ୪ କୋଟି ୮୫ ଲକ୍ଷ ୪ ହଜାର ୬୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୮୩ ଲକ୍ଷ ୮୦ ହଜାର ୬୫ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୦ ହଜାର ୭୦୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୩ ଲକ୍ଷ ୩୩ ହଜାର ୮୯୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୧ ହଜାର ୬୯୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

  

 

  • Tags:

Subscribe

National International State Sports Entertainment