୨୪ ଘଣ୍ଟାରେ କରୋନା: ଆମେରିକାରେ ୭.୪୨ ଓ ଫ୍ରାନ୍ସରେ ୩.୫ ଲକ୍ଷ ନୂଆ ପଜିଟିଭ୍‌
Khabar Odisha:International-More-than-742-lakh-corona-positive-in-single-day-in-America

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୧୪ (ଖବର ଓଡ଼ିଶା): କରୋନା ଭାଇରସ୍‌ ପୁଣି ଏକ ନୂଆ ରେକର୍ଡ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୭ ଲକ୍ଷ ୪୨ ହଜାର ୪୦୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ମାତ୍ର ୭୪ ହଜାର ୯୭୯ ଜଣ ସୁସ୍ଥ ହୋଇଥିଲା ବେଳେ ୧୮୧୭ ଜଣଙ୍କର ମୃତ୍ୟୁ ହୋଇଛି।  

ଆମେରିକାରେ ଏଯାଏଁ ୬ କୋଟି ୫୧ ଲକ୍ଷ ୬୦ ହଜାର ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୨୮ ଲକ୍ଷ ୮୦ ହଜାର ୬୯ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୬୯ ହଜାର ୬୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୨ କୋଟି ୧୪ଲକ୍ଷ ୧୧ ହଜାର ୩୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୫ ହଜାର ୧୮୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୯ ହଜାର ୧୩୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୯ ହଜାର ୧୭୩ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୩୩୫ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩ ଲକ୍ଷ ୫ ହଜାର ୩୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୮୪ ହଜାର ୬୧୫ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୨୮ ହଜାର ୪୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।   

       

 

  • Tags:

Subscribe

National International State Sports Entertainment