ଆମେରିକା: ଦିନକରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ କରୋନା ପଜିଟିଭ, ୧୯୦୫ ଲୋକଙ୍କ ମୃତ୍ୟୁ
Khabar Odisha:International-More-than-15-lakh-corona-positive-last-24-hours-in-America

ୱାଶିଂଟନ, ସେପ୍ଟେମ୍ବର ୧୮ (ଖବର ଓଡ଼ିଶା): ଆମେରିକାରେ ଦିନକ ପରେ ପୁଣି ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୫୦ ହଜାର ୫୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୭୦ ହଜାର ୨୩୨ ଜଣ ସୁସ୍ଥ ହୋଇଛନ୍ତି। କରୋନାରୁ ୧୯୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ଗୁରୁବାର ୧ ଲକ୍ଷ ୫୫ ହଜାର ୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ୨ ହଜାର ୧୫୩ ଜଣଙ୍କର ମୃତ୍ୟୁ ହୋଇଥିଲା। 

ଆମେରିକାରେ ଏଯାଏଁ ୪ କୋଟି ୨୭ ଲକ୍ଷ ୯୧ ହଜାର ୫୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୨୪ ଲକ୍ଷ ୧୭ ହଜାର ୯୫୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୬ ଲକ୍ଷ ୯୦ ହଜାର ୬୮୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୬ ଲକ୍ଷ ୮୨ ହଜାର ୮୭୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୫ ହଜାର ୧୮୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

ବିଶ୍ବବ୍ୟାପୀ ୨୨ କୋଟି ୮୩ ଲକ୍ଷ ୬୨ ହଜାର ୮୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୬ ଲକ୍ଷ ୯୨ ହଜାର ୨୦୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୧ କୋଟି ୮୭ ଲକ୍ଷ ୪୨ ହଜାର ୨୫୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୧ ଲକ୍ଷ ୫୧୪ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

 

  • Tags:

Subscribe

National International State Sports Entertainment