ରୋମ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ଇଟାଲୀ ସାଧାରଣ ନିର୍ବାଚନରେ ଜର୍ଜିଆ ମେଲୋନୀ ଇତିହାସ ରଚିଛନ୍ତି । ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ବ୍ରଦର ଅଫ ଇଟାଲୀ ପାର୍ଟିର ନେତ୍ରୀ ଜର୍ଜିଆ ମେଲୋନୀ ପୂର୍ବତନ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଗୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥି ସହିତ ଇଟାଲୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦକ୍ଷିଣ ପଂଥୀ ସରକାରଙ୍କ ରାସ୍ତା ସ୍ପଷ୍ଟ ହୋଇଯାଇଛି । ଇଟାଲୀରେ ୧୯୪୫ ପରେ ୨୦୨୨ ପର୍ଯ୍ୟନ୍ତ ୭୭ ବର୍ଷରେ ୭୦ ଥର ସରକାର ବଳଦିଛି । ଜର୍ଜିଆ ମେଲୋନୀଙ୍କ ପ୍ରଧାନମନ୍ତ୍ରୀ ହେବା ସହିତ ଇଟାଲୀର ଫାଶିଷ୍ଟ ତାନାଶାହ ବେନିଟୋ ମୁସୋଲିନୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହାର ଅର୍ଥ ହେଲା ଯେ, ଜର୍ଜିଆ ମେଲୋନୀ ନିଜକୁ ମୁସୋଲିନୀଙ୍କ ସମର୍ଥକ ମନେ କରନ୍ତି ।
ଜର୍ଜିଆ ମେଲୋନୀ ନିର୍ବାଚନ ପୂର୍ବରୁ ଫାର୍ଜା ଇଟାଲିଆ ଏବଂ ଦ ଲିଗ ସହିତ ମେଣ୍ଟ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ମେଣ୍ଟକୁ ୪୩ ପ୍ରତିଶତ ଭୋଟ ମିଳିଥିଲା । ଏଥିରେ ଜର୍ଜିଆ ମେଲୋନୀଙ୍କ ଦଳକୁ ୨୬ ପ୍ରତିଶତ ଭୋଟ ହାସଲ ହୋଇଥିଲା । ବାମପନ୍ଥି ଡେମୋକ୍ରେଟିକ ପାର୍ଟିଙ୍କ ନେତୃତ୍ୱରେ ମେଣ୍ଟକୁ ୨୬ ପ୍ରତିଶତ ଭୋଟ ମିଳିଥିଲା । ୫ ଷ୍ଟାର ମୁଭମେଣ୍ଟକୁ ୧୫ ପ୍ରତିଶତ ଭୋଟ ମିଳିଥିଲା । ମେଲୋନୀ ମେଣ୍ଟ ସୀନେଟର ୧୧୪ ଆସନ ଜିତିବାରେ ସଫଳ ହୋଇଥିଲେ । ଇଟାଲୀରେ ବହୁମତ ପ୍ରମାଣିତ କରିବା ପାଇଁ ସୀନେଟର ୧୦୪ ଆସନ ଆବଶ୍ୟକ । ଇଟାଲୀର ପୂର୍ବ ସରକାର ମେଣ୍ଟରେ ସାମିଲ ଅନ୍ୟ ଦଳଗୁଡ଼ିକ ସମର୍ଥନ ଫେରାଇ ନେଲା ପରେ ଜୁଲାଇରେ ଭାଙ୍ଗିଯାଇଥିଲା ।