ନୂଆଦିଲ୍ଲୀ, ଜୁନ୍ ୨୮ (ଖବର ଓଡ଼ିଶା): ୟୁଏଇ ପରେ ବାହାରିନ ମଧ୍ୟ-ପୂର୍ବର ଦ୍ୱିତୀୟ ଦେଶ ହେବ, ଯେଉଁଠି ଭବ୍ୟ ହିନ୍ଦୁ ମନ୍ଦିର ନିର୍ମାଣ ହେବ । ଏହାରି ଉପରେ ଚର୍ଚ୍ଚା ପାଇଁ ବାହାରିନର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ସଲମାନ ବିନ୍ ହମାଦ ଅଲ ଖଲିଫା ସାଉଦୀ ଆରବର ବିଏପିଏସ ହିନ୍ଦୁ ମନ୍ଦିରର ପ୍ରମୁଖଙ୍କୁ ଭେଟିଛନ୍ତି ।
ଆବୁଧାବୀସ୍ଥିତ ହିନ୍ଦୁ ମନ୍ଦିରର ପ୍ରମୁଖ ପୂଜ୍ୟ ବ୍ରହ୍ମାବିହାରୀ ସ୍ୱାମୀ ଓ ବିଏପିଏସ ସ୍ୱାମୀନାରାୟଣ ସଂସ୍ଥାର ପ୍ରତିନିଧି ମଣ୍ଡଳ ମନାମାରେ ଶାହୀ ମହଲରେ କ୍ରାଉନ ପ୍ରିନ୍ସଙ୍କୁ ଭେଟିଥିଲେ । ବାହାରିନ ମଧ୍ୟ-ପୂର୍ବର ଦ୍ୱିତୟ ଦେଶ ହେବ, ଯେଉଁଠି ବିଏପିଏସ୍ ସ୍ୱାମୀନାରାୟଣ ସଂସ୍ଥା ପାରଂପରିକ ହିନ୍ଦୁ ମନ୍ଦିର ନିର୍ମାଣ କରିବ । ମନ୍ଦିର ନିର୍ମାଣ ପାଇଁ ବାହାରିନ ସରକାର ଜମି ଦେଇଛନ୍ତି ।
କ୍ରାଉନ ପ୍ରିନ୍ସଙ୍କ ପକ୍ଷରୁ ମନ୍ଦିର ନିର୍ମାଣ ଲାଗି ଜମି ମିଳିବା ପରେ ବ୍ରହ୍ମାବିହାରୀ ସ୍ୱାମୀ ଧନ୍ୟବାଦ ଜଣାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଐତିହାସିକ ପଦକ୍ଷେପକୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାମୀ କହିଛନ୍ତି ଯେ, ଆମକୁ ଜମି ଭାବରେ ଏହି ଐତିହାସିକ ଉପହାର ମିଳିଥିବାରୁ ବାହାରିନର କ୍ରାଉନ ପ୍ରିନ୍ସ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । କାରଣ ଏହି ୨ ଜଣଙ୍କ ମଧ୍ୟରେ ଭଲ ସଂପର୍କ ରହିଥିବାରୁ ମନ୍ଦିର ନିର୍ମାଣ ହୋଇପାରିବ ।