ଲଙ୍କାଶ୍ରୀରେ ହେବ ଅନ୍ତର୍ଜାତୀୟ ଗୀତା ମହୋତ୍ସବ । କୁରୁକ୍ଷେତ୍ର ଉନ୍ନୟନ ବୋର୍ଡ ପକ୍ଷରୁ ଅନେକ ଦେଶରେ ଗୀତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାପରେ ଶ୍ରୀଲଙ୍କାରେ ଗୀତା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ମାର୍ଚ୍ଚ ପହିଲାରୁ ଶ୍ରୀଲଙ୍କାରେ ଆରମ୍ଭ ହେବ ଗୀତା ମହୋତ୍ସବ। ଏହି ମହୋତ୍ସବ ନେଲୁମ ପୋକୁନା ଥିଏଟର ପରିସରରେ ତିନି ଦିନ ଧରି କରାଯିବ ।
ତେବେ ଶ୍ରୀଲଙ୍କାରେ ହେବାକୁ ଥିବା ଗୀତା ମହୋତ୍ସବରେ ଗୀତା ଯଜ୍ଞ, ଗୀତା ଜପ, ଶୋଭା ଯାତ୍ରା, ସମସାମୟିକ ଆଗ୍ରହର ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ହେବାକୁ ଥିବା ଏହି ଗୀତା ମହୋତ୍ସବ ଦ୍ୱାରା ଆମ ସଂସ୍କୃତି ଓ ପରମ୍ପରା ଦେଶ ବିଦେଶରେ ପହଞ୍ଚିପାରୁଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱରୁ ହଜାର ହଜାର ପ୍ରତିନିଧି ଯୋଗଦେବେ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୪ ତାରିଖରେ ଶ୍ରୀଲଙ୍କାରେ ହରିୟାଣାର କୁରୁକ୍ଷେତ୍ର ଉନ୍ନୟନ ବୋର୍ଡ ଆର୍ଥିକ ସହଯୋଗରେ ଗୀତା ମହୋତ୍ସବ ଆରମ୍ଭ ହେବ ।
ଅଧିକ ପଢନ୍ତୁ :ମୁସଲିମ୍ ବହୁଳ ଦେଶରେ ପ୍ରତିଷ୍ଠା ହୋଇଛି ହିନ୍ଦୁ ମନ୍ଦିର