ବିଶ୍ୱରେ କରୋନା ନେଲାଣି ୯.୮୭ ଲକ୍ଷ ଲୋକଙ୍କ ଜୀବନ, ୩ କୋଟି ୨୪ ଲକ୍ଷ ଆକ୍ରାନ୍ତ
Khabar Odisha:International-Covid-19-Corona-virus-death-toll-reaches-987-lakh-324-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ୩ କୋଟି ୨୪ ଲକ୍ଷ ୧ ହଜାର ୩୭୬ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୮୭ ହଜାର ୧୩୨ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୩୯ ଲକ୍ଷ ୧୨ ହଜାର ୬୮୧ ଜଣ ସୁସ୍ଥ ହୋଇଥିବା ବେଳେ ୭୫ ଲକ୍ଷ ୧ ହଜାର ୫୬୩ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୩ ହଜାର ୩୧୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାର ଉଗ୍ରରୂପ ଦେଖିବାକୁ ମିଳିଛି । ଆମେରିକାବାସୀଙ୍କୁ କରୋନା ଡରାଉଛି । ଶୁକ୍ରବାର ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୭୧ ଲକ୍ଷ ୮୫ ହଜାର ୧୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୭ ହଜାର ୫୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୪ ଲକ୍ଷ ୩୧ ହଜାର ୧୯୦ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୪୬ ହଜାର ୪୬୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୮୯ ଜଣ ଗୁରୁତର ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୫୭ ଲକ୍ଷ ୩୨ ହଜାର ୫୧୮ ସଂକ୍ରମିତ, ୯୧ ହଜାର ୧୪୯ ମୃତ 

ବ୍ରାଜିଲ: ୪୬ ଲକ୍ଷ ୫୯ ହଜାର ୯୦୯ ସଂକ୍ରମିତ, ୧ ଲକ୍ଷ ୩୯ ହଜାର ୮୮୩ ମୃତ

ଋଷିଆ: ୧୧ ଲକ୍ଷ ୨୮ ହଜାର ୮୩୬ ସଂକ୍ରମିତ, ୧୯ ହଜାର ୯୪୮ ମୃତ

କଲୋମ୍ବିଆ: ୭ ଲକ୍ଷ ୯୦ ହଜାର ୮୨୩ ସଂକ୍ରମିତ, ୨୪ ହଜାର ୯୨୪ ମୃତ 

ପେରୁ: ୭ ଲକ୍ଷ ୮୮ ହଜାର ୯୩୦ ସଂକ୍ରମିତ, ୩୧ ହଜାର ୯୩୮ ମୃତ

ମେକ୍ସିକୋ: ୭ ଲକ୍ଷ ୧୦ ହଜାର ୪୯ ସଂକ୍ରମିତ, ୭୪ ହଜାର ୯୪୯ ମୃତ

ସ୍ପେନ: ୭ ଲକ୍ଷ ୪ ହଜାର ୨୦୯ ସଂକ୍ରମିତ, ୩୧ ହଜାର ୧୧୮ ମୃତ 

ଆର୍ଜେଣ୍ଟିନା: ୬ ଲକ୍ଷ ୭୮ ହଜାର ୨୬୬ ସଂକ୍ରମିତ, ୧୪ ହଜାର ୭୬୬ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୬୭ ହଜାର ୪୯ ସଂକ୍ରମିତ, ୧୬ ହଜାର ୨୮୩ ମୃତ

ପାକିସ୍ତାନ: ୩ ଲକ୍ଷ ୮ ହଜାର ୨୧୭ ସଂକ୍ରମିତ, ୬ ହଜାର ୪୩୭ ମୃତ 

 

  • Tags:

Subscribe

National International State Sports Entertainment