କରୋନା ଭାଇରସ: ବିଶ୍ୱରେ ୩ ଲକ୍ଷ ୯୭ ହଜାର ମୃତ, ୬୮ ଲକ୍ଷ ୩୯ ହଜାର ସଂକ୍ରମିତ
Khabar Odisha:International-Corona-virus-death-toll-reaches-397-lakh-6839-lakh-people-detected-in-world-wide

ନୂଆଦିଲ୍ଲୀ, ଜୁନ ୦୬ (ଖବର ଓଡ଼ିଶା): କରୋନା ଭାଇରସ କବଳରେ ସମଗ୍ର ବିଶ୍ୱବାସୀ । ଏବେ ସୁଦ୍ଧା ପୃଥିବୀରେ ୩ ଲକ୍ଷ ୯୭ ହଜାର ୪୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୮ ଲକ୍ଷ ୩୯ ହଜାର ୪୮୭ ଜଣ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୩୩ ଲକ୍ଷ ୩୨ ହଜାର ୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ଲକ୍ଷ ୯ ହଜାର ୯୮୩ ଜଣ ସଂକ୍ରମିତ ହୋଇଛନ୍ତି । ଏବେବି ୫୩ ହଜାର ୫୭୬ ଜଣ ଗୁରୁତର ଅଛନ୍ତି । 

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଠାରେ ୧୯ ଲକ୍ଷ ୬୫ ହଜାର ୭୦୮ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୧ ହଜାର ୩୯୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭ ଲକ୍ଷ ୩୮ ହଜାର ୬୪୬ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୧୫ ହଜାର ୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ହଜାର ୧୨୧ ଜଣ ଗୁରତର ଆକ୍ରାନ୍ତ । ଆମେରିକା ପରେ ବ୍ରାଜିଲ ଓ ଋଷିଆରେ କରୋନା କାୟା ମେଳାଇଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୬ ଲକ୍ଷ ୪୬ ହଜାର ୬  ସଂକ୍ରମିତ, ୩୫ ହଜାର ୪୭ ମୃତ

ଋଷିଆ: ୪ ଲକ୍ଷ ୪୯ ହଜାର ୮୩୪ ଜଣ ସଂକ୍ରମିତ, ୫ ହଜାର ୫୨୮ ଜଣ ମୃତ

ସ୍ପେନ: ୨ ଲକ୍ଷ ୮୮ ହଜାର ୫୮ ଜଣ ସଂକ୍ରମିତ, ୨୭ ହଜାର ୧୩୪ ମୃତ

ବ୍ରିଟେନ: ୨ ଲକ୍ଷ ୮୩ ହଜାର ୩୧୧ ସଂକ୍ରମିତ, ୪୦ ହଜାର ୨୬୧ ଜଣ ମୃତ

ଇଟାଲୀ: ୨ ଲକ୍ଷ ୩୪ ହଜାର ୫୩୧ ସଂକ୍ରମିତ, ୩୩ ହଜାର ୭୭୪ ମୃତ

ଫ୍ରାନ୍ସ: ୧ ଲକ୍ଷ ୮୯ ହଜାର ୨୨୦  ସଂକ୍ରମିତ, ୨୮ ହଜାର ୯୪୦ ଜଣ ମୃତ

ପେରୁ: ୧ ଲକ୍ଷ ୮୭ ହଜାର ୪୦୦ ଜଣ ସଂକ୍ରମିତ, ୫ ହଜାର ୧୬୨ ମୃତ

ଜର୍ମାନୀ: ୧ ଲକ୍ଷ ୮୫ ହଜାର ୪୧୪ ଜଣ ସଂକ୍ରମିତ, ୮ ହଜାର ୭୬୩ ମୃତ

ତୁର୍କୀ: ୧ ଲକ୍ଷ ୬୮ ହଜାର ୩୪୦ ସଂକ୍ରମିତ, ୪ ହଜାର ୬୪୮ ଜଣ ମୃତ

ଇରାନ: ୧ ଲକ୍ଷ ୬୭ ହଜାର ୧୫୬ ସଂକ୍ରମିତ, ୮ ହଜାର ୧୩୪ ଜଣ ମୃତ 

 

  • Tags:

Subscribe

National International State Sports Entertainment