ନୂଆଦିଲ୍ଲୀ, ଫେବୃଆରୀ ୨୪ (ଖବର ଓଡ଼ିଶା): କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ମୃତ୍ୟୁମୁଖରେ ପଡ଼ିଥିବା ଲୋକଙ୍କ ସଂଖ୍ୟା ୨୫ ଲକ୍ଷ ନିକଟତର ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୨୬ ଲକ୍ଷ ଟପିଛି । ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୮୮ ଲକ୍ଷ ୯୬ ହଜାର ୬୯କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୧୪ ହଜାର ୯୩୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୯୨ ଲକ୍ଷ ୧୦ ହଜାର ୨୨୬ ଲୋକ ସୁସ୍ଥ ହୋଇଥିବା ବେଳେ ୯୧ ଲକ୍ଷ ୭୦ ହଜାର ୯୦୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୩୬୩ ଜଣ ଗୁରୁତର ଅଛନ୍ତି ।
ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୧ କୋଟି ୨୬ ଲକ୍ଷ ୨୮ ହଜାର ୬୯ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୯୫ ହଜାର ୩୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି ୮୨ ଲକ୍ଷ ୧୩ ହଜାର ୨୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୨୦ ହଜାର ୩୦୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୭ ହଜାର ୨୫୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୧ କୋଟି ୨ ଲକ୍ଷ ୬୦ ହଜାର ୬୨୧ ସଂକ୍ରମିତ, ୨ ଲକ୍ଷ ୪୮ ହଜାର ୬୪୬ମୃତ
ଋଷିଆ: ୪୧ ଲକ୍ଷ ୮୯ ହଜାର ୧୫୩ ସଂକ୍ରମିତ, ୮୪ ହଜାର ୪୭ ମୃତ
ୟୁକେ: ୪୧ ଲକ୍ଷ ୩୪ ହଜାର ୬୩୯ ସଂକ୍ରମିତ, ୧ ଲକ୍ଷ ୨୧ ହଜାର ୩୦୫ ମୃତ
ଫ୍ରାନ୍ସ: ୩୬ ଲକ୍ଷ ୨୯ ହଜାର ୮୯୧ ସଂକ୍ରମିତ, ୮୫ ହଜାର ୪୪ ମୃତ
ସ୍ପେନ: ୩୧ ଲକ୍ଷ ୬୧ ହଜାର ୪୩୨ ସଂକ୍ରମିତ, ୬୮ ହଜାର ୭୯ ମୃତ
ଇଟାଲି: ୨୮ ଲକ୍ଷ ୩୨ ହଜାର ୧୬୨ ସଂକ୍ରମିତ, ୯୬ ହଜାର ୩୪୮ ମୃତ
ତୁର୍କୀ: ୨୬ ଲକ୍ଷ ୫୫ ହଜାର ୬୩୩ ସଂକ୍ରମିତ, ୨୮ ହଜାର ୨୧୩ ମୃତ
ଜର୍ମାନୀ: ୨୪ ଲକ୍ଷ ୫ ହଜାର ୨୬୩ ସଂକ୍ରମିତ, ୬୯ ହଜାର ୨୧୪ମୃତ
କଲମ୍ବିଆ: ୨୨ ଲକ୍ଷ ୩୩ ହଜାର ୫୮୯ ସଂକ୍ରମିତ, ୫୯ ହଜାର ୧୧୮ ମୃତ