ନୂଆଦିଲ୍ଲୀ, ଜାନୁଆରୀ ୧୬ (ଖବର ଓଡ଼ିଶା): କରୋନା ଭାଇରସ୍ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୩ ଲକ୍ଷ ୨ ହଜାର ୫୯୧ ଜଣ ସଂକ୍ରମିତ ହୋଇଛନ୍ତି। ୧୦ ଲକ୍ଷ ୫୩ ହଜାର ୧୬୬ ଜଣ ସୁସ୍ଥ ହୋଇଥିଲା ବେଳେ ୫ ହଜାର ୫୬୦ ଜଣଙ୍କ ମୃତ୍ୟୁ ହୋଇଛି। ଦିନକ ପୂର୍ବରୁ ବିଶ୍ବରେ ୩୦ ଲକ୍ଷ ୩୯ ହଜାର ୮୧୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୧ ଲକ୍ଷ ୨୪ ହଜାର ୭୪୬ ଜଣ ସୁସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ ୭୩୪୭ ଜଣଙ୍କର ମୃତ୍ୟୁ ହୋଇଥିଲା।
ଆମେରିକୀୟ ଓ ୟୁରୋପୀୟ ଦେଶଗୁଡ଼ିକରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୨ କୋଟି୬୪ ଲକ୍ଷ ୮୫ ହଜାର ୬୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୬୩ ଲକ୍ଷ ୬୮ ହଜାର ୬୮୩ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୫୩ ହଜାର ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ କୋଟି ୪୫ ଲକ୍ଷ ୬୩ ହଜାର ୯୫୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୪୩୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୯ ଲକ୍ଷ ୭୫ ହଜାର ୭୨୩ ସଂକ୍ରମିତ, ୬ ଲକ୍ଷ ୨୧ ହଜାର ୭ ମୃତ
ବ୍ରିଟେନ: ୧ କୋଟି ୫୧ ଲକ୍ଷ ୪୭ ହଜାର ୧୨୦ ସଂକ୍ରମିତ, ୧ ଲକ୍ଷ ୫୧ ହଜାର ୮୯୦ ମୃତ
ଫ୍ରାନ୍ସ: ୧ କୋଟି ୩୮ ଲକ୍ଷ ୯୪ ହଜାର ୨୫୫ ସଂକ୍ରମିତ, ୧ ଲକ୍ଷ ୨୬ ହଜାର ୮୬୯ ମୃତ
ରୁଷିଆ: ୧ କୋଟି ୭ ଲକ୍ଷ ୭୪ ହଜାର ୩୦୪ ସଂକ୍ରମିତ, ୩ ଲକ୍ଷ ୨୦ ହଜାର ୬୩୪ ମୃତ
ତୁର୍କୀ: ୧ କୋଟି ୪୦ ଲକ୍ଷ ୩ ହଜାର ୬୪ ସଂକ୍ରମିତ, ୮୪ ହଜାର ୬୨୨ ମୃତ
ଇଟାଲି: ୮୫ ଲକ୍ଷ ୩୬ ହଜାର ୯୪୦ ସଂକ୍ରମିତ, ୧ ଲକ୍ଷ ୪୦ ହଜାର ୮୫୬ ମୃତ
ସ୍ପେନ: ୮୦ ଲକ୍ଷ ୯୩ ହଜାର ୩୬ ସଂକ୍ରମିତ, ୯୦ ହଜାର ୭୫୯ମୃତ
ଜର୍ମାନୀ: ୭୯ ଲକ୍ଷ ୪୬ ହଜାର ୧୪୫ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୨୪୨ ମୃତ
ଆର୍ଜେଣ୍ଟିନା: ୭୦ଲକ୍ଷ ୨୯ ହଜାର ୬୨୪ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୯୮୯ ମୃତ