ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡ଼ିଶା): ଶ୍ରୀଲଙ୍କାକୁ ପୁଣି ଥରେ ଭାରତ ବଦଳରେ ଚୀନର ସମର୍ଥନ ମିଳିଛି । ବିଗତ କିଛି ଦିନହେଲା ଚୀନର ଜାହାଜ ‘ୟୁଆନ ୱାଙ୍ଗ୫’କୁ ନେଇ ବିବାଦ ଦେଖାଯାଇଛି । ଏହି ଜାହାଜ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରକୁ ଯିବା ଚାହୁଁଛି । କିନ୍ତୁ ଭାରତ ଏହାକୁ ଏକ ଗୁପ୍ତଚର ଜାହାଜ ବୋଲି ଭାବୁଛି ଏବଂ ଏହାକୁ ନିଜର ସୁରକ୍ଷା ପାଇଁ ବିପଦ ମନେ କରୁଛି । ଶ୍ରୀଲଙ୍କାର ସରକାର ଭାରତ ଦ୍ୱାରା ଏହି ଆପତ୍ତି ସଂପର୍କରେ ଅବଗତ ମଧ୍ୟ ହୋଇଛି । କିନ୍ତୁ ଏହା ପରେ ବି ଶ୍ରୀଲଙ୍କା ଚୀନର ଏହି ଜାହାଜକୁ ପ୍ରବେଶ ପାଇଁ ସବୁଜ ସଂକେତ ଦେଇଛି । ଏବେ ଆସନ୍ତା ୧୬ ତାରିଖରେ ଏହି ଜାହାଜ ହମ୍ବନଟୋଟା ବନ୍ଦରରେ ଚୀନର ୟୁଆନ ୱାଙ୍ଗ ୫ ଛିଡା ହୋଇପାରିବ ।
ସୂଚନାଯୋଗ୍ୟ ଇଣ୍ଟରନ୍ୟାସନାଲ ଶିପିଂ ଓ ଏନାଲିଟିକ୍ସ ସାଇଟ୍ ଚୀନର ଏହି ଜାହାଜକୁ ଏକ ଗବେଷଣା ଏବଂ ସର୍ଭେ ଜାହାଜ ମନେ କରୁଛି । କିନ୍ତୁ ଭାରତର ଅନୁସାରେ ଏହି ଜାହାଜ ଗୁପ୍ତଚର କାମ କରିପାରେ । ସେଠାରେ ଉପସ୍ଥିତ ଦେଶର ସେନା ପ୍ରତିଷ୍ଠାନ ଉପରେ ଚୀନ ନଜର ରଖିପାରେ । ଏହାକୁ ବିପଦ ମନେକରି ଭାରତ ନିକଟରେ ଶ୍ରୀଲଙ୍କା ଠାରେ ଆପତ୍ତି କରିଥିଲା । ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇ ଅବଗତ କରାଇଥିଲା । କିନ୍ତୁ ଏହି ଆପତ୍ତିରୁ ଭାରତକୁ କିଛି ଲାଭ ହେଲା ନାହିଁ । କାରଣ ଶ୍ରୀଲଙ୍କା ପୁଣି ଥରେ ଜରୁରୀ ପ୍ରସଙ୍ଗରେ ଭାରତକୁ ଛାଡ଼ି ଚୀନକୁ ସମର୍ଥନ କରିଛି ।