ବିଶ୍ବରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭ ଲକ୍ଷ ନିକଟତର, ୨୨.୮୩ କୋଟି ଲୋକ ସଂକ୍ରମିତ
Khabar Odisha:International-4692-lakh-corona-death-in-worldwide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮: କରୋନା ଭାଇରସ ମହାମାରୀରେ ବିଶ୍ବବ୍ୟାପୀ ୨୨ କୋଟି ୮୩ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ଯୋଗୁଁ ୪୬ ଲକ୍ଷ ୯୨ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୫ ଲକ୍ଷ ୪୯ ହଜାର ୯୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୩୮୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ବିଶ୍ବବ୍ୟାପୀ ୨୨ କୋଟି ୮୩ ଲକ୍ଷ ୬୨ ହଜାର ୮୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୬ ଲକ୍ଷ ୯୨ ହଜାର ୨୦୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୧ କୋଟି ୮୭ ଲକ୍ଷ ୪୨ ହଜାର ୨୫୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୧ ଲକ୍ଷ ୫୧୪ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଆମେରିକା: ୪କୋଟି ୨୭ ଲକ୍ଷ ୯୧ ହଜାର ୫୧୮ ସଂକ୍ରମିତ, ୬ଲକ୍ଷ ୯୦ ହଜାର ୬୮୧ ମୃତ

ବ୍ରାଜିଲ: ୨ କୋଟି ୧୧ ଲକ୍ଷ ୨ ହଜାର ୫୩୬ ସଂକ୍ରମିତ, ୫ ଲକ୍ଷ ୮୯ ହଜାର ୭୪୪ ମୃତ

ବ୍ରିଟେନ: ୭୩ ଲକ୍ଷ ୭୧ ହଜାର ୩୦୧ ସଂକ୍ରମିତ, ୧ ଲକ୍ଷ ୩୪ ହଜାର ୯୮୩ ମୃତ

ରୁଷିଆ: ୭୨ ଲକ୍ଷ ୩୪ ହଜାର ୪୨୫ ସଂକ୍ରମିତ, ୧ ଲକ୍ଷ ୯୬ ହଜାର ୬୨୬ ମୃତ

ଫ୍ରାନ୍ସ: ୬୯ ଲକ୍ଷ ୪୨ ହଜାର ୧୦୫ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୯୬୦ ମୃତ

ତୁର୍କୀ: ୬୭ ଲକ୍ଷ ୯୪ ହଜାର ୭୦୦ ସଂକ୍ରମିତ, ୬୧ ହଜାର ୧୪୦ ମୃତ

ଇରାନ: ୫୩ ଲକ୍ଷ ୯୬ ହଜାର ୧୩ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୪୩୬ ମୃତ

ଆର୍ଜେଣ୍ଟିନା: ୫୨ ଲକ୍ଷ ୩୭ ହଜାର ୧୫୯ ସଂକ୍ରମିତ, ୧ ଲକ୍ଷ ୧୪ ହଜାର ୨୮୬ ମୃତ

 

 

  • Tags:

Subscribe

National International State Sports Entertainment