ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନୀଲ ମୋହନ
Khabar Odisha:Indian-American-Neal-Mohan-To-Take-Over-YouTube-As-CEO-Steps-Down
ଖବର ଓଡିଶା : 17/02/2023

 ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ । ୟୁଟ୍ୟୁବର ସିଇଓ ସୁସାନ୍ ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ୍‌ ମୋହନ ପରବର୍ତ୍ତୀ ସିଇଓ ହେବେ। ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ ।ସୁଜାନ୍ ୱୋଜିକ୍କି ଏକ ଚିଠି ଲେଖି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜ ପରିବାର, ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ଯୋଜନାକୁ ନେଇ କାମ କରିବେ ବୋଲି କହିଛନ୍ତି।ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ୪୯ ବର୍ଷୀୟ ନୀଲ୍‌ ମୋହନ ଜଣେ ଆମେରିକାନ୍ ଟେକ୍ ଜିଆଣ୍ଟ। କାଲିଫର୍ଣ୍ଣିଆ ସ୍ଥିତ ଷ୍ଟ୍ରାଟଫୋଡ୍‌ ୟୁନିଭର୍ସିଟିରୁ ଇଲେକଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ୨୦୦୮ରେ ସେ ଗୁଗଲ୍‌ରେ ଯୋଗ ଦେଇଥିଲେ।। ନୀଲ ମୋହନକୁ ଶୁଭେଚ୍ଛା ଦେଇ ସୁଜାନ୍ ୱୋଜିକ୍କି କହିଛନ୍ତି ଆମେ ସର୍ଟସରେ ଷ୍ଟ୍ରିମିଂ ଏବଂ ସବସ୍କ୍ରିପସନରେ ଯାହା କରୁଛୁ ତାହା ଉତ୍ତମ। ଏଆଇ ସହ ୟୁଟ୍ୟୁବ୍‌ ଆଗକୁ ଆହୁରି ଅବସର ପ୍ରଦାନ କରିବ ଏବଂ ନୀଲ ଆମର ନେତୃତ୍ବ କରିବା ପାଇଁ ଠିକ୍ ବ୍ୟକ୍ତିତ୍ବ। 

Subscribe

National International State Sports Entertainment