ଚୀନ୍ - ଭାରତ ମଧ୍ୟରେ ବଢୁଛି ଉତ୍ତେଜନା, ଚୀନକୁ କଡ଼ା ଜବାବ୍ ଦେବାକୁ ସୀମାରେ ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌ ମୁତୟନ କଲା ଭାରତ
Khabar Odisha:India-China-boarder-fight
ନୂଆଦିଲ୍ଲୀ, ଜୁନ ୨୭ (ଖବର ଓଡ଼ିଶା):

 ଚୀନ୍ ଓ ଭାରତ ମଧ୍ୟରେ ସୀମା ବିବାଦ କମିନାହିଁ । LAC ସୀମାରେ ଚୀନ୍ ଫାଇଟର୍ ଏୟାର୍‌କ୍ରାଫ୍ଟ ଓ ହେଲିକପ୍ଟର ଉଡ଼ାଉଥିବା ବେଳେ ଏହାର ଜବାବ୍ ଦେବାକୁ ଭାରତ ପ୍ରସ୍ତୁତ ।  ଭାରତ ପଶ୍ଚିମ ଲଦାଖ ସେକ୍ଟର୍‌ରେ ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌କୁ ମୁତୟନ କରିଛି।

ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ବିବାଦ ବଢ଼ିବାରେ ଲାଗିଛି।  ଚୀନ୍ ତରଫରୁ ଗୋଟିଏ ପଟେ ସୀମାରୁ ପଛକୁ ଯିବାକୁ କହି ଶାନ୍ତି ପରିସ୍ଥିତି ଚାହୁଁଥିବା ବେଳେ ଅନ୍ୟପଟେ ଯୁଦ୍ଧ ପାଇଁ ପ୍ରୟାସ ଜାରି ରଖିଛି । ତେଣୁ ଚୀନ୍ ଆଡୁ କୌଣସି ଅପ୍ରିତିକର ପରିସ୍ଥିତିର ଯବାବ ଦେବାକୁ ଭାରତ ପକ୍ଷରୁ ମଧ୍ୟ ଅତ୍ୟାଧୁନିକ ଫାଇଟର୍ ଜେଟ୍‌ ମୁତୟନ କରାଯାଇଛି। ଉଭୟ ବାୟୁସେନା ଓ ସ୍ଥଳସେନାର ଫାଇଟର୍ ଜେଟ୍‌ ସୀମାକୁ ପଠାଇଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ସପ୍ତାହ ମଧ୍ୟରେ ଚାଇନା ସୁଖ୍‌ଓଇ-୩୦ ଭଳି ପାୱାର୍‌ଫୁଲ୍‌ ଫାଇଟର୍ ଏୟାକ୍ରାଫ୍ଟ କିଣିଛି। ଏହି ଏୟାର୍‌କ୍ରାଫ୍ଟକୁ ଭାରତୀୟ ସୀମାରେ ଉଡାଇଛି ଚୀନ। ତେବେ ଖୁବ୍‌ଶୀଘ୍ର ଭାରତ ମଧ୍ୟ ମିତ୍ର ରାଷ୍ଟ୍ରମାନଙ୍କଠାରୁ ଶକ୍ତିଶାଳି ଫାଇଟର୍ ପ୍ଲେନ୍‌ ଆଣିବ ବୋଲି ଜଣାପଡ଼ିଛି। ଚୀନ୍ ଏଲ୍‌ଏସୀର ସମସ୍ତ ବିବାଦୟୀ ସୀମାର ଖୁବ୍‌ ନିକଟତର ହେଲିକପ୍ଟର ଉଡ଼ାଉଛି। ଚୀନ୍ ଯବାବ ଦେବାକୁ ଭାରତ ମଧ୍ୟ ତାର ଏୟାର ଡିଫେନ୍ସ ସିଷ୍ଟମକୁ ସୀମାରେ ରଖାଯାଇଛି  ।

  • Tags:

Subscribe

National International State Sports Entertainment