ସର୍ବସାଧାରଣଙ୍କ ପାଇଁ ଖୋଲିଲା ୟୁଏଇର ହିନ୍ଦୁ ମନ୍ଦିର । ମଧ୍ୟପ୍ରାଚ୍ୟର ପ୍ରଥମ ପାରମ୍ପରିକ ପଥର ମନ୍ଦିର ହେଉଛି ଆବୁଧାବିର ହିନ୍ଦୁ ମନ୍ଦିରକୁ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଏହି ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ହୋଇଛି । ୨୭ ଏକର ଜମିରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଆବୁଧାବିର ନିର୍ମାଣ ହୋଇଥିବା ଏହି ମନ୍ଦିର ୧୪ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ।
ଏହି ମନ୍ଦିର ହେଉଛି ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ଯେଉଁ ମନ୍ଦିର ନାଗର ଶୈଳୀରେ ନିର୍ମାଣ କରାଯାଇଛି । ଭାରତ ଏବଂ ୟୁଏଇ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରମାଣ, ଧାର୍ମିକ ସହିଷ୍ଣୁତା ଏବଂ ସହଯୋଗର ପ୍ରତୀକ ଭାବରେ ଠିଆ ହୋଇଛି ଏହି ମନ୍ଦିର । ସର୍ବସାଧାରଣଙ୍କ ପାଇଁ ଏହି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଆନନ୍ଦର ସହ ଏହି ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଛନ୍ତି । ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ମାର୍ଚ୍ଚ ୧ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାରା ଖୋଲାଯାଇଥିବାରୁ ସମସ୍ତେ ଖୁସି ହୋଇଛନ୍ତି । ଏଥିସହ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ :ଶ୍ରୀଲଙ୍କାରେ ହେବ ଅନ୍ତର୍ଜାତୀୟ ଗୀତା ମହୋତ୍ସବ