ସୋସିଆଲ ମିଡ଼ିଆ X ର ମାଲିକ ଏଲୋନ ମସ୍କ, ଅଷ୍ଟ୍ରେଲିଆ ସରକାରଙ୍କ ନୂଆ ନୀତି ଉପରେ ଆକ୍ଷେପ କରି ଫସିବାଦୀ ବୋଲି କହିଛନ୍ତି। ଶୁକ୍ରବାର 13 ତାରିଖରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏଲୋନ ମସ୍କ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରସ୍ତାବିତ ଆଇନ ବିରୁଦ୍ଧରେ ଏହି ବୟାନ ଦେଇଛନ୍ତି। ଏହି ଆଇନ ଅନୁଯାୟୀ ଯେକୌଣସି ସୋସିଆଲ ମିଡ଼ିଆ କମ୍ପାନୀ ଯଦି ଭୁଲ ସୂଚନାର ପ୍ରସାରଣ ଉପରେ ରୋକ ନ ଲାଗନ୍ତି ତେବେ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଗୁରୁବାର ଅଷ୍ଟ୍ରେଲିଆ ସରକାର ଏକ ନୂତନ ବିଲ୍ ଆଗତ କରିଥିଲେ ଯେଉଁଥିରେ ଅନଲାଇନ ପ୍ଲାଟଫର୍ମ ଗୁଡିକ ଯଦି ଭୁଲ ସୂଚନା ପ୍ରସାରଣ ଉପରେ ପ୍ରବନ୍ଧ ନ ଲଗାନ୍ତି ତେବେ ସେମାନଙ୍କର ବିଶ୍ୱସ୍ତରୀୟ ଆୟର 5ପ୍ରତିଶତ ଆର୍ଥିକ ଦଣ୍ଡ ଦେବାକୁ ପଡିବ। ଏହା ଦ୍ୱାରା ପ୍ଲାଟଫର୍ମ ଗୁଡିକୁ ବିଶ୍ୱସ୍ତରରେ ଶୃଙ୍ଖଳିତ କରାଯାଇପାରିବ ବୋଲି ମତ ଦିଆଯାଇଥିଲା।
ଏହି ପ୍ରସ୍ତାବିତ ଆଇନ ଅନୁସାରେ ସୋସିଆଲ ମିଡ଼ିଆ ପ୍ଲାଟ୍ଫଡ଼ମ ଗୁଡିକୁ ପ୍ରସ୍ତାବିତ ନିୟମ ଗୁଡିକୁ ମାନିବ ସହିତ ଭୁଲ ଓ ହାନିକାରକ ସୂଚନା ଗୁଡିକୁ ସମ୍ପ୍ରସାରଣ କରିବା ଉପରେ ପ୍ରତିବନ୍ଧ ଲଗାଇବାକୁ ପଡିବ। ଯଦି ଏଥିରେ ବ୍ୟତିକ୍ରମ ଦେଖା ଯାଏ ତେବେ ସରକାରଙ୍କ ନୀତି ଅନୁଯାୟୀ ତାଙ୍କୁ ଦଣ୍ଡ ଭୋଗ କରିବାକୁ ପଡିବ।
ଅଷ୍ଟ୍ରେଲିଆ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଏଲୋନ ମସ୍କ ଏକ ପୋଷ୍ଟ ମାଧ୍ୟମରେ ସୋସିଆଲ ମିଡ଼ିଆ X ରେ ପ୍ରତିକ୍ରିୟା ଦେଇ ଅଷ୍ଟ୍ରେଲିଆ ସରକାରଙ୍କୁ ଫସିବାଦୀ ବୋଲି ବୟାନ ଦେଇଥିଲେ।