ସକାଳୁ ସକାଳୁ ଭୂକମ୍ପରେ ଥରିଲା ପାକିସ୍ତାନ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୭ । ସୂଚନା ଅନୁସାରେ, ପୁଣି ଆଜି ସକାଳେ ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଅନୁଭୂତ ହେବା ପରେ ଭୟରେ ସମସ୍ତେ ଘରୁ ବାହାରି ଏଣେତେଣେ ଦୌଡ଼ି ପଳାଇଥିଲେ । କିଛି ସମୟ ପାଇଁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକମାନେ ଘରୁ ବାହାରି ହୋ ହାଲା ମଧ୍ୟ କରିଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳୀ ୧୯୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା ବୋଲି ସୂଚନା ମିଳିଛି । ଭୂକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗତ ଶନିବାର ମଧ୍ୟ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଅନୁଭୂତ ହେବା ପରେ ଆଖପାଖ ଅଂଚଳରେ ଭୟ ସୃଷ୍ଟି ହୋଇଯାଇଥିଲା ।
ଆଗକୁ ପଢ଼ନ୍ତୁ : ନ୍ୟୁୟର୍କ ସବ୍-ଷ୍ଟେସନରେ ଭୟଙ୍କର ଗୁଳିକାଣ୍ଡ