ନ୍ୟୁୟର୍କ ସବ୍-ଷ୍ଟେସନରେ ଭୟଙ୍କର ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଦିନକୁ ଦିନ ଆମେରିକାରେ ବଢିଚାଲିଛି ଅପରାଧ । ଯାହାଫଳରେ ସାଧାଣଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ନ୍ୟୁୟର୍କର ବ୍ରୋଂକ୍ସରେ ପୁଣିଥରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ପୋଲିସ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରିଛି । ଏଥିସହ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁସାରେ,ଗତକାଲି ବ୍ରୋଂକ୍ସର ଏକ ସବ୍ ଷ୍ଟେସନରେ ନିକଟରେ ଅଜଣା ଆତତାୟୀମାନେ ହଠାତ ପଶିଆସିଥିଲେ । ଏହାପରେ ଫାୟାରିଂ ଆରମ୍ଭ କରିଥିଲେ । ଆତତାୟୀର ଅତର୍କିତ ଆକ୍ରମଣରେ ୬ ଜଣ ଆହତ ହୋଇଥିଲେ । ତାଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ସେଠାରେ ପୂର୍ବରୁ ମଧ୍ୟ ଏଭଳି ଅପରାଧ ହୋଇଛି । ତେବେ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀ ଚିହ୍ନଟ ହୋଇନଥିବାରୁ ପୋଲିସ ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ :ଲଗେଜ୍ରୁ ମିଳିଲା କଙ୍କାଳ ଓ ହିଂସ୍ର ଜନ୍ତୁଙ୍କ ମାଂସ