ପୁଣି ଭୁକମ୍ପ ଝଟକା । ଭୂକମ୍ପ ଝଟକାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 120 ଜଣରୁ ଅଧିକା ଆହତ ହୋଇଛନ୍ତି । ଭୂକମ୍ପରେ ଥରିଲା ଇରାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.9 ରେକର୍ଡ କରାଯାଇଛି । ଏହି ଦୁର୍ଘଟଣାରେ 35 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭୂକମ୍ପ ଯୋଗୁ ସହରର ବହୁ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ରାସ୍ତାରେ ଫାଟ ହୋଇଛି। ଏହାପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏଥିସହ ବିଲ୍ଡିଂ ତଳେ ଅଧିକ ଲୋକ ଫସିଥିବା ଆଶଙ୍କାରେ ଉଦ୍ଧାରକାରୀ ଦଳ ଜୋରସୋରରେ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ଉତ୍ତରପୂର୍ବ ଦିଗରେ ଥିବା କଶମର ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି। କଶମର ସହରର10 କିମି ଗଭୀରରେ ଏହାର କେନ୍ଦ୍ର ସ୍ଥଳ ଥିବା ଜଣାଯାଇଛି। ସଂଯୁକ୍ତ ରାଷ୍ଟ୍ର ରିପୋର୍ଟ ଅନୁଯାୟୀ, ଇରାନରେ ପ୍ରତି ବର୍ଷ ପ୍ରାୟତଃ ୧୦ ହଜାର ଛୋଟ ବଡ଼ ଭୂକମ୍ ଅନୁଭୂତ ହୋଇଥାଏ। ୨୦୦୩ ମସିହାରେ ଇରାନର ବାମ୍ ସହରରେ ହୋଇଥିବା ଭୂକମ୍ପ ଯୋଗୁ ପୂରା ସହର ନିଶ୍ଚିହ୍ନ ହୋଇ ଯାଇଥିଲେ। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିଲା।
ଅଧିକା ପଢନ୍ତୁ:ବାଇଡେନ୍ ସରକାର ନେଇପାରନ୍ତି ବଡ଼ ପଦକ୍ଷେପ: ଲକ୍ଷାଧିକ ଭାରତୀୟଙ୍କୁ ହୋଇପାରେ ଲାଭ