ନୂଆଦିଲ୍ଲୀ: ଚୀନ ଓ ତାଇୱାନ ମଧ୍ୟରେ ଲଢ଼େଇ ଜାରି ରହିଛି। ଏହାରି ମଧ୍ୟରେ ତାଇୱାନର ଆଖପାଖ ଅଞ୍ଚଳରେ ଚୀନ ଦୁଇ ଦିନ ହେଲା ସମରାଭ୍ୟାସ ଆରମ୍ଭ କରିଦେଇଛି। ଏହାକୁ ଚୀନ ‘ପନିଶମେଣ୍ଟ’ ଡ୍ରିଲ ନାମ ଦେଇଛି।
ଚୀନ କହିବା ଅନୁସାରେ ବିଚ୍ଛିନ୍ନତାବାଦୀର ଜବାବରେ ତାଇୱାନ ଷ୍ଟ୍ରେଟ୍ ଏବଂ ତାଇୱାନର ନିୟନ୍ତ୍ରଣରେ ଥିବା ଦୀପଗୁଡ଼ିକ ଆଖପାଖରେ ଡ୍ରିଲ ଆରମ୍ଭ କରିଛି। ତାହାକୁ ବିଚ୍ଛିନ୍ନତାବାଦୀ ବଳକୁ ଜବାବ ଦେବାର ଉଦ୍ଦେଶ୍ୟରେ ଆରମ୍ଭ କରିଛି। ତାଇୱାନର ନୂଆ ରାଷ୍ଟ୍ରପତି ଲାଇ ଚିଙ୍ଗ୍ ତେ ନିକଟରେ ଶପଥ ନେଇଥିବା ବେଳେ ଚୀନ ଏହି ସମରାଭ୍ୟାସ କରୁଛି । ଲାଇ ଚିଙ୍ଗ୍ଙ୍କୁ ଚୀନ୍ର କଟ୍ଟର ବିରୋଧୀ କୁହାଯାଇଥାଏ ।
ଚୀନର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ)ର ଇଷ୍ଟର୍ନ ଥିଏଟର କମାଣ କହିଛି, ସକାଳ ୭ଟା ୪୫ରେ ତାଇୱାନ ଆଖପାଖ ସଂଯୁକ୍ତ ମିଲିଟାରୀ ସମରାଭ୍ୟାସ କରିଛି। ଏଥିରେ ସେନା, ଜଳସେନା ଓ ବାୟୁସେନା ସାମିଲ ହୋଇଛନ୍ତି। ଏହି ସମରାଭ୍ୟାସକୁ ତାଇୱାନ ଷ୍ଟ୍ରେଟ୍, ଉତ୍ତର, ଦକ୍ଷିଣ ଓ ପୂର୍ବ ତାଇୱାନ ଏବଂ ଏହାର ଆଖପାଖର ତାଇୱାନର ନିୟନ୍ତ୍ରଣରେ ଥିବା ଦୀପଗୁଡ଼ିକ କିମ୍ନେନ, ମାତ୍ସୁ, ଭୁକିଓ ଓ ଡେଗୟିନରେ ଆରମ୍ଭ କରାଯାଯଇଥିଲା।
ଚୀନର ଏହି ମିଳିତ ସମରାଭ୍ୟାସକୁ ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ତୀବ୍ର ନିନ୍ଦା କରିଛି। ତାଇୱାନ ଷ୍ଟ୍ରେଟ୍ର ଆଖପାଖ ଅଞ୍ଚଳରେ ସେନାକୁ ପଠାଇ ଦିଆଯାଇଛି। ଏହି ଡ୍ରିଲ ଯୋଗୁଁ ତାଇୱାନ ଷ୍ଟ୍ରେଟର ଶାନ୍ତି ଓ ସ୍ଥିରତା ପ୍ରଭାବିତ ହେବ। ଏହା ଦ୍ୱାରା ଚୀନର ସୈନ୍ୟବାଦୀ ମାନସିକତା ମଧ୍ୟ ପତ୍ତା ଚଳିବ।