ଆତ୍ମହତ୍ୟା ପୂର୍ବରୁ ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ, ଭୁବନେଶ୍ୱର ଡିସିପିଙ୍କ ସୂଚନା ଭୁବନେଶ୍ୱର, ଜୁନ ୨୭(ଖବର ଓଡିଶା): Share story: ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ମାମଲା । ଆତ୍ମହତ୍ୟା ପୂର୍ବରୁ ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ । ପୋଲିସ ତଦନ୍ତ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ତେବେ ମଞ୍ଚେଶ୍ୱର ଆଇଆଇସିଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ସେହିପରି ପରିବାର, ପଡୋଶୀ, ଡ୍ରାଇଭର, ପରିଚିତ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ସେହିପରି ରାଇମୋହନଙ୍କ ଫୋନ ଜବତ କରାଯାଇଛି । ସେଥିରୁ କିଛି ସୁରାକ ମିଳିପାରେ ବୋଲି ଆଶା କରାଯାଉଛି । ତେବେ ତଦନ୍ତରୁ ରାଇମୋହନ ମାନସିକ ଅବସାଦରେ ଥିବା ପରି ଜଣାପଡିଛି । ହେଲେ ଏହା ପଛର କାରଣ ପରିବାର ଲୋକ ନିଦ୍ଦିଷ୍ଟ ଭାବେ କହିପାରୁନାହାନ୍ତି । ହେଲେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ । ସେହିପରି ପୂର୍ବରୁ ଥରେ ମଞ୍ଚେଶ୍ୱର ଥାନାକୁ ରାଇମୋହନ ଆସିଥିବା ଡିସିପି କହିଛନ୍ତି । ଏକ ବ୍ୟକ୍ତିଗତ କାମ ପାଇଁ ଆସିଥିଲେ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଖବର ଓଡ଼ିଶା, Reporter, 27/06/2022