ସୋମବାର ରାତିରେ ପପୁଆ ନ୍ୟୁ ଗିନିରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ଆଜି ପପୁଆ ନ୍ୟୁ ଗିନିର ନ୍ୟୁ ବ୍ରିଟେନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (ଜିଏଫଜେ) ଅନୁଯାୟୀ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୫ ରହିଥିଲା। ଭୂକମ୍ପ ଯୋଗୁଁ କୌଣସି ଧନ-ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର କୌଣସି ସୂଚନା ମିଳିପାରିନାହିଁ। ଏହା ସହ ସୁନାମି ହେବାର ଆଶଙ୍କା ନାହିଁ ବୋଲି ଆମେରିକାର ଭୂମିକମ୍ପ ବିଶେଷଜ୍ଞ କହିଛନ୍ତି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନ୍ୟୁ ବ୍ରିଟେନ କିମ୍ବେ ଦ୍ୱୀପ ଠାରୁ ପ୍ରାୟ ୧୧୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ୬୪ କିଲୋମିଟର ଗଭୀରରେ ଥିଲା ବୋଲି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସୂତ୍ରରୁ ପ୍ରକାଶ ପାଇଛି। ପେସିଫିକ ସୁନାମି ଚେତାବନୀ କେନ୍ଦ୍ର ସୂଚନା ଅନୁଯାୟୀ ସୁନାମି ହେବାର କୌଣସି ଆଶଙ୍କା ନାହିଁ ।
ଅଧିକ ପଢନ୍ତୁ : ଲଗାତାର ବର୍ଷାରେ ଆଫଗାନିସ୍ତାନରେ ବନ୍ୟା, ଗଲାଣି ୩୩ ଜୀବନ