ଇରାକରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ବିବାହ ମଣ୍ଡପରେ ଘଟିଲା ଅଗ୍ନିକାଣ୍ଡ । ଆଉ ଚାଲିଗଲା ବର, କନ୍ୟାଙ୍କ ସହିତ ଆଉ ୧୦୦ରୁ ଅଧିକ ଲୋକଙ୍କର ଜୀବନ । କିଛି କ୍ଷଣ ମଧ୍ୟରେ ବିବାହ ମଣ୍ଡପ ପାଲଟିଲା ଶ୍ମଶାନ ଗୃହ । କିଏ ଜାଣିଥିଲା ଏତେ ହସଖୁସି ପଛରେ ଲୁଚିରହିଥିଲା ମୃତ୍ୟୁ । ହସଖୁସିର ଏହି ଉତ୍ସବକୁ ଭସେଇନେଲା ସମସ୍ତଙ୍କ ଆଖିର ଲୁହ ଆଉ ବଞ୍ଚାଓର ଚିତ୍କାର । ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଆଉ ଏହି ବନ୍ଧନରେ କେବଳ ପୁଅ ଝିଅ ନୁହେଁ ଦୁଇଟି ପରିବାର ମଧ୍ୟରେ ଗଢିଉଠିଥାଏ । ଏହି ସମ୍ପର୍କ ଆରମ୍ଭ ହେଉ ହେଉ ଶେଷ ହୋଇଗଲା ।
ସୂଚନା ଅନୁସାରେ, ଇରାକର ଏକ ବିବାହ ମଣ୍ଡପରେ ଚାଲିଥିଲା ବାହାଘର । ଆଉ ସେହି ସମୟରେ ବିବାହ ମଣ୍ଡପରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବର, କନ୍ୟାଙ୍କର ମୃତ୍ୟୁ ହେବା ସହିତ ଆହୁରି ୧୦୦ରୁ ଅଧିକ ଲୋକଙ୍କର ଜୀବନ ଚାଲିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ସୂଚନା ମିଳିଛି ।
ବାଣ ଫୁଟିବା ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିବାହ ଉତ୍ସବ ପାଇଁ ବିବାହ ମଣ୍ଡପରେ ବହୁତ ଲୋକ ଉପସ୍ଥିତ ଥିଲେ । ଆଉ ସମସ୍ତେ ଏହି ସମୟକୁ ସେଲିବ୍ରେସନ୍ କରିବାରେ ବ୍ୟସ୍ତ ଥିଲେ । ନାଚ, ଗୀତ, ମଜାମସ୍ତିରେ ପୁରିଉଠୁଥିଲା ବିବାହ ମଣ୍ଡପ । ଆଉ ଏତିକିବେଳେ ବାଣ ନିଆଁ ପଡି ବିବାହ ମଣ୍ଡପକୁ ଶ୍ମଶାନରେ ପରିଣତ କରିଦେଲା । ନିଆଁ ଲାଗିବା ପରେ ମଣ୍ଡପ ଭିତରେ ଥିବା ଲୋକମାନେ ଆଉ ବାହାରକୁ ଆସିପାରିଲେ ନାହିଁ । ଯାହାଫଳରେ କେତେକଙ୍କର ମୃତ୍ୟୁ ହେବା ସହିତ କେତେକ ଗୁରୁତର ଆହତ ହୋଇଥିଲେ । ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
ଆଗକୁ ପଢ଼ନ୍ତୁ : ତୈଳ ଡିପୋରେ ଲାଗିଲା ନିଆଁ : ୩୪ ମୃତ , ୨୦ ଗୁରୁତର