ହାଡପୁଟି ଚିହ୍ନରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
Khabar Odisha:health-odisha-how-to--remove-chickenpox-mark
ଭୁବନେଶ୍ୱର, ଜାନୁଆରୀ୧୮(ଖବର ଓଡ଼ିଶା):

 ହାଡ଼ଫୁଟି ବା ‘ଚିକେନ ପକ୍ସ’ ଏମିତି ଏକ ରୋଗ ଯାହା ହେବା ଦ୍ୱାରା ଶରୀରରେ ଭୀଷଣ ପୀଡା ହେବା ସହ ବିଭିନ୍ନ ସ୍ଥାନରେ ଫୋଟକା ହୋଇ ଲାଲ ହୋଇଯାଇଥାଏ । ହାଡ଼ଫୁଟି କମିବା ପରେ ଫଳି ଯାଇଥିବା ସ୍ଥାନ ମାନଙ୍କରେ ଦାଗ ରହିଯାଇଥାଏ। ପ୍ରାୟତଃ ଦାଗ କିଛି ଦିନ ପରେ ଲିଭି ଯାଇଥାଏ କିନ୍ତୁ ବେଳେ ବେଳେ ଦୂର ହୋଇ ନ ଥାଏ। ସାଧାରଣତଃ ଅବହେଳା କାରଣରୁ ଏହି ସବୁ ଦାଗ ରହିଯାଇଥାଏ। ଏହି ଦାଗକୁ ଦୂର କରିବା ପାଇଁ ଭବିଷ୍ୟତରେ ସମସ୍ୟା ବି ହୋଇଥାଏ। ଅନେକ ଏହି ଦାଗ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କସମେଟିକ୍ସର ବ୍ୟବହାର କରିଥା’ନ୍ତି। ଏଭଳି କସ୍‌ମେଟିକ୍ସରେ ସାଇଡ୍‌ ଇଫେକ୍ଟ ମଧ୍ୟ ଥାଏ । ତେଣୁ ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ହେବା ପରେ ଏହାର ଦାଗକୁ ଦୂର କରିବା ପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇ ପାରିବେ।

 ଆସନ୍ତୁ ଜାଣିବା ଏହା ବିଷୟରେ

ଲେମ୍ବୁ ରସ:- ଲେମ୍ବୁ ରସରେ ଭିଟାମିନ - ସି ଥାଏ।  ଯାହା ହାଡ଼ଫୁଟିର ଦାଗକୁ ଦୂର କରିବାରେ ସାହାଯ୍ୟ କରେ। ଲେମ୍ବୁ ରସକୁ ନେଇ ଶରୀରର ଦାଗ ସ୍ଥାନରେ ଲଗାଇ ୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ।  ଏହା ପରେ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ। ଏମିତି କଲେ ଖୁବ କମ ଦିନରେ ଦାଗ ଲିଭିଯିବ।

 ମହୁ:- ମହୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାରେ ହୋଇଥିବା ଦାଗକୁ ଦୂର କରି ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ।  ଦାଗ ଥିବା ସ୍ଥାନରେ ମହୁ ଲଗାଇ ୫ ମିନିଟ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।  ଏପରି  ପ୍ରତିଦିନ ଥରେ ଲେଖାଏଁ କରିବା ଦ୍ୱାରା  ଦାଗ ଦୂର ହୋଇଥାଏ।

 ଭିଟାମିନ - ଇ ତେଲ:- ଭିଟାମିନ - ଇ ତେଲରେ ଥିବା ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାର ଦାଗ ଗୁଡିକୁ ଛଡ଼ାଇ ଦେଇଥାଏ। ପ୍ରତିଦିନ ଭିଟାମିନ - ଇ ଅଏଲକୁ ପ୍ରଭାବିତ ଅଂଶରେ ଲଗାଇଲେ ଦାଗ ଛାଡ଼ିଯାଇଥାଏ।

Subscribe

National International State Sports Entertainment