ଦର୍ଶକ ବନ୍ଧୁ ଆପଣ ପାଣି ନପିଇ ରହିପାରିବେ କି ? ଆପଣ ଙ୍କ ଉତ୍ତର ଥିବ ନାହିଁ । ଗୋଟେ ଲୋକ ପାଣି ନପିଇ କେମିତି ରହିବ ବୋଲି ଆପଣ ମାନେ ଭାବୁଥିବେ । ପିଣିର ବହୁତ ଉପକାରୀତା ଥାଏ ଯେମିତିକି ପାଣି ଆମ ଶରୀରକୁ ହାଡ୍ରେଟ ରଖିଥାଏ । ଯାହାଫଳରେ ଆମ ଶରୀର ଗ୍ଲୋ କରିଥାଏ । ତେବେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଓ କୋଷିକା ଗୁଡିକୁ ଜୀବିତ ରଖିବାକୁ ପାଣିର ଅବଶ୍ୟକ ହୋଇଥାଏ । ପାଣିର ବ୍ୟତିକ୍ରମ ମଧ୍ୟ ରହିଛି ।
ଆପଣମାନଙ୍କୁ ଆମେ ଏପରି ଏକ ଘଟଣା ସମ୍ପର୍କରେ କହିବୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଝାଡଖଣ୍ତର ଜାମସେଦପୁରର ସୁଧାଂଶୁ ଏବେ ଚର୍ଚ୍ଚାରେ । ସେ ଦୀର୍ଘ 13 ବର୍ଷ ହେଲା ପାଣି ପିଇ ନଥିବା ଦାବି କରିଛନ୍ତି । ପାଣି ନପିଇଥିବା ପାଇଁ ତାଙ୍କୁ କୌଣସି ରୋଗ ନ ହୋଇଥିବା ଦାବି କରିଛନ୍ତି । ପାଣି ନପିଇ ମଧ୍ୟ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।
ସୁଧାଂଶୁ ଜାମସେଦପୁର ଘୋଡା ବାନ୍ଦରା ବାସିନ୍ଦା । ସେ ଦୀର୍ଘ 13 ବର୍ଷ ହେଲା ପାଣି ପିଇ ନାହାଁନ୍ତି । ତାଙ୍କୁ ପାଣିର କେବେବି ଦରକାର ପଡିନି ସେ କହିଛନ୍ତି ପାଣି ବଦଳରେ ସମୟ ସମୟରେ ମୁଁ କ୍ଷୀର ପିଇଥାଏ ଏହା ସହିତ ମୁଁ ପ୍ରତିଦିନ କାକୁଡି ସାଲାଡ ଖାଇଥାଏ ହୁଏତ ସେଥିପାଇଁ ମତେ ପାଣିର ଆବଶ୍ୟକତା ପଡିନି । ମୁଁ ସମ୍ପୁର୍ଣ୍ଣ ନିରାମିଷ ଥିବା ବେଳେ ମତେ ଶୀତ ଦିନେ ଶୀତ ଲାଗେନାହିଁ । ମା ଦୁର୍ଗାଙ୍କ କୃପାରୁ ମତେ କେବେ ପାଣିର ଦରକାର ପଡିନି ବୋଲେ ସେ କହିଛନ୍ତି । ଅବଶ୍ୟ ସୁଧାଂଶୁ ନିଜ ଦାବି ନେଇ କୌଣସି ପ୍ରମାଣ ରଖିନାହଁନ୍ତି । ତେବେ ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।