ବହୁତ ଲୋକ ନିଜ ଖାଦ୍ୟରେ ପ୍ରୋଟିନକୁ ସାମିଲ କରିବା ପାଇଁ ଅଣ୍ତାକୁ ଆଡ କରିଥାନ୍ତି । କାରଣ ଅଣ୍ତା ବହୁତ ପୋଷକ ତତ୍ତ୍ବ ରହିଛି ଏବଂ ପ୍ରୋଟିନ, ଭିଟାମିନ ମଧ୍ୟ ରହିଛି । ଗୋଟିଏ ଅଣ୍ତାରେ ପ୍ରାୟ 78 କ୍ୟାଲୋରୀ ସହିତ 6 ଗ୍ରାମ ପ୍ରୋଟିନ ରହିଛି । ପ୍ରୋଟିନ ପାଇଁ ଜଣାଶୁଣା ଅଣ୍ତାରେ ଓମେଗା 3 ଫ୍ୟାଟ ମଧ୍ୟ ରହିଛି । ଯାହା ଆମ ହୃଦୟ ଏବଂ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ । ଅଣ୍ତାରେ କ୍ୟାଲସିୟମ ଏବଂ ଭିଟାମିନ D ରହିଛି ଯାହା ଆମ ହାଡ ଗୋଡ ଶକ୍ତ କରିବା ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହା ସହିତ ଏଥିରେ ଲ୍ୟୁଟିନ ଏବଂ ଜିଆକ୍ସଣ୍ଚିନ ମଧ୍ୟ ଥାଏ ଯାହା ଆମ ଆଖିର ସ୍ବାସ୍ଥ୍ୟ ପାଇଁ ଭଲ । ଅଣ୍ତା ଖାଇବା ଦ୍ବାରା ଆମ ଶରୀରର ବହୁତ ଉପକାର ହୋଇପାରେ ।
() ତେବେ ଅଣ୍ତା ଅନେକ ପୋଷକ ତତ୍ତ୍ବ ରହିଥାଏ । କିନ୍ତୁ ଆପଣ ମାନେ ଜଣନ୍ତି କି ଏଥିରେ ସୋଡିୟମ ଭି ଅଧିକ ଥାଏ । ଏଥିରେ ପ୍ରାୟ 400 ମିଲିଗ୍ରାମ ସୋଡିୟମ ରହିଥାଏ । ଯାହା ଆମ ସ୍ବାସ୍ଥ୍ୟ ପ୍ରତି ଖରାପ। ତେବେ ଅଣ୍ତାରେ କୋଲେଷ୍ଟ୍ରଲ 186 ମିଲିଗ୍ରାମ ଥାଏ ଯାହା ଆମ ସ୍ବସ୍ଥ୍ୟ ପାଇଁ ଖରାପ । ତେବେ ଆପଣମାନେ ଯଦି ଅଣ୍ତା ଅଧିକା ପରିମାଣର୍ ଖାଉଛନ୍ତି ତେବେ ସାବଧାନ ହୋଇ ଖାଆନ୍ତୁ ।