ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ । ମାର୍ଚ୍ଚ ମାସରୁ ଏତେ ଖରା ଯେ ଖରାରେ ଘରେ ରହିହେଉନି । ଖାରାରୁ ମୁକ୍ତି ପାଇବା ପାଇଁ ଲେକେ ଅନେକ ପ୍ରକାର କାର୍ଯ୍ୟ କରିଥାନ୍ତି । ଏହି ଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କାକୁଡି ପିଇଲେ ଆମ ଶରୀରର କଣ ହୁଏ । କାକୁଡି ଖରା ଦିନେ ପାଣିର ଅଭାବ ଦୂର କରିବାକୁ ସାହାର୍ଯ୍ୟ କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଖରାଦିନେ କାକୁଡି ଖାଇବା ଦ୍ବାରା ଆମ ଶରୀରକୁ ଜଣ କିମ୍ବା ପାଣିର ଅଭାବ ହୋଇନଥାଏ । କାକୁଡିର ଅନେକ ଉପକାରିତା ରହିଛି ତେବେ ଆସନ୍ତୁ ଜାଣିବା କାକୁଡି ଖାଇଲେ କଣ ହୁଏ ।
ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଉଚିତ୍ । ଏହା ଖାଇବା ଦ୍ୱାରା, ଜଲଦୀ ଭୋକ ହୋଇନଥାଏ। କାକୁଡି ଜୁସରେ ଲେମ୍ବୁ ରସ, ଅଦା, ଦହି, ଏବଂ ଧନିଆ ପତ୍ର ପକାଇ ମିଶାଇ ସେବନ କରି ପିଇଲ ଆପଣଙ୍କୁ ତାହା ହାଇଡ୍ରେଟ ରଖିଥାଏ ଏବଂ ତାହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। କାକୁଡିରେ ପାଣିର ମାତ୍ରା ଭରପୁର ରହିଥାଏ । ଯାହା ବିଶେଷ କରି ଖରାଦିନେ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ। କାକୁଡି ଖାଇବା ଦ୍ୱାରା, ଶରୀରରେ ଏହା ପାଣିର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ ବା ଶରୀରରେ ଜଳୀୟଅଂଶ ବୃଦ୍ଧି କରିଥାଏ ।ତେଣୁ ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଭଲ। ସେହିପରି ପ୍ରତିଦିନ କାକୁଡି ଖାଇବା ଦ୍ୱାରା, ଏହା ଆପଣଙ୍କ ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ । ନିଜର ସୌନ୍ଦର୍ଯ୍ୟକୁ ବଜାଏ ରଖିବା ପାଇଁ କାକୁଡି ବହୁତ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ କାକୁଡି ଖାଇବା ଏବଂ କାକୁଡିରୁ ପ୍ରସ୍ତୁତ ପ୍ୟାକ୍ ଲଗାଇବା ଫଳରେ, ଏହା ସନ୍ ଟ୍ୟାନ, ରିଙ୍କିଲ୍ସ ଆଦି ସମସ୍ୟାକୁ ଦୂର କରିବା ସହିତ, ତ୍ୱଚାକୁ ଶୁଷ୍କ ହେବାକୁ ଦେଇ ନଥାଏ। ତେଣୁ ଖରା ଦିନେ ଏହା ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱ ରଖିଥାଏ।