ସାଧାରଣତଃ ପାଣିପାଗ କିମ୍ବା ଯତ୍ନର ଅଭାବ ପାଇଁ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । କିଛି ରିସର୍ଚ୍ଚ ଅନୁସାରେ ଖାଦ୍ୟର ଅଭାବ ପାଇଁ କେଶ ଦୁର୍ବଳ ହେବାକୁ ଲାଗିଥାଏ । ବ୍ୟସ୍ତବହୁଳ ଜୀବନରେ ଆମେ ଆମ ନିଜ ପାଇଁ ସମୟ ପାଇନଥାଉ ସେଥିପାଇଁ ଆମ କେଶ ଝଡିବାକୁ ଲାଗିଥାଏ । ଆମ ଜୀବନଶୌଳୀରେ ପରିବର୍ତ୍ତନ କିମ୍ବା ଭୁଲ ଖାଦ୍ୟର ଅଭ୍ୟସ ହେତୁ ଆମ କେଶ ଦୁର୍ବଳ ହେବାକୁ ଲାଗିଥାଏ । ଏପରି କିଛି ଖାଦ୍ୟ ରହିଛି ଯାହା କେବଳ ଚର୍ମ, ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ କ୍ଷତିକାରକ ।
କିଛି ରିସର୍ଚ୍ଚ ଅନୁଯାୟୀ ଅତ୍ୟଧିକ ଚିନି ଖାଇବା ଦ୍ବାରା ଆମ ସ୍ବସ୍ଥ ପ୍ରତି ନୁହଁ ବରଂ ଆମ ଚର୍ମ ପ୍ରତି ମଧ୍ୟ କ୍ଷତିକାରକ ଯାହା ଆମ କେଶକୁ ଦୁର୍ବଳ କରିଥାଏ । ବ୍ରେଡ୍ କିମ୍ବା ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ହଜମ କରିବା ପାଇଁ ଅଧିକ ଇନସୁଲିନ୍ ନିର୍ଗତ ହୁଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏପରି କ୍ରମାଗତ ହେଲେ କେଶ ଝଡିବା ଆରମ୍ଭ ହୋଇଥିଏ ।
କେଶ ପାଇଁ ଆବଶ୍ୟକ କେରାଟିନ ଉତ୍ପାଦନରେ ସମସ୍ୟା ସୃଷ୍ଟି କରେ ଆଲକହଲ୍ । ଏହା କେଶ ନଷ୍ଟ ହେବାର କାରଣ ହୋଇଥାଏ । କେଶକୁ କଳା ଏବଂ ମୋଟା କରିବା ପାଇଁସବୁଜ ପନିପନିରିବା , ଫଳ ଏବଂ ଡ୍ରାଏ ଫ୍ରୁଟ୍ସଖାଇବା ଉଚିତ୍ । ଏଗୁଡିକ ଖାଇବା ଦ୍ବାରା ଶରୀର, ଚର୍ମ ଏବଂ କେଶକୁ ପୋଷଣ ମିଳିଥାଏ ।
କେଶକୁ ସୁସ୍ଥ ରଖିବା ପାଇଁ ଡେଲି ହେୟାର ରୁଟିନ୍ଟି ବ୍ୟତୀତ ମାସ୍କ କିମ୍ବା ଆଲୋଭେରା ଜେଲ୍ ପରି ଘରୋଇ ଉପଚାର ଆପଣାନ୍ତୁ । ଏହାବ୍ୟତୀତ ଅଧିକରୁ ଅଧିକ ପାଣି ପିଇବା ଉଚିତ୍ଚି ।