ପୁଣି ଚାଷୀକୂଳ ହତାଶ, ଉଜୁଡା ବିଲରେ ନିଆଁ ଲଗାଇଲେ ଚାଷୀ
Khabar Odisha:state-odisha-Farmer-of-Chulimal-village-in-Binika-area-torches-paddy-crops-cultivated-on-his-half-acre-of-farmland
ବିନିକା, ନଭେମ୍ବର ୦୬ (ଖବର ଓଡିଶା) :

 ପୁଣି ହତାଶ ଚାଷୀ। ସୁବର୍ଣ୍ଣପୁର ବିନିକା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ଜଣେ ଚାଷୀ ନିଜ କିଆରିରେ ନିଆଁ ଲଗାଇ ଦେଇଛନ୍ତି। ଫସଲ ଉଜୁଡି ଯାଇଥିବାରୁ ଅଧ ଏକର ପରିମିତ ଧାନ ବିଲରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ ମହାଦେବ ଭୋଇ। 

ସୂଚନାନୁସାରେ, ସୁବର୍ଣ୍ଣପୁର ବିନିକା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ମହାଦେବ ଭୋଇ ଚାଷ ଉଜୁଡି ଯିବାରୁ ନିଜ ଧାନ ବିଲରେ ନିଆଁ ଲଗାଇ ଦେଇଛନ୍ତି। ଅଧ ଏକର ପରିମିତ ଧାନ ଚାଷ ଜମିରେ ମହାଦେବ ନିଆଁ ଲଗାଇ ଦେଇଛନ୍ତି। ପାଣି ଅଭାବରୁ ମହାଦେବଙ୍କର ଧାନ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ସ୍ଵଳ୍ପ ବୃଷ୍ଟିପାତ ଯୋଗୁ ଉଠା ଜଳସେଚନରେ ସେ ଭରସା କରିଥିଲେ। କିନ୍ତୁ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇ ପଡିଥିବାରୁ ଆବଶ୍ୟକ ବେଳେ ଜମିରେ ଜଳସେଚନ ହୋଇପାରି ନଥିଲା। ଏହାକୁ ମରାମତି କରିବାକୁ ବିଦ୍ୟୁତ କାର‌୍ୟ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କର୍ମଚାରୀ ଚାଷୀଙ୍କ ଗୁହାରୀ ଶୁଣି ନଥିଲେ। ଶେଷରେ ନିରାଶ ହୋଇ ଚାଷୀ ଭୀମଦେବ ଭୋଇ ବିଲରେ ନିଆଁ ଲଗାଇ ଦେଇଥିଲେ। ସେପଟେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ କୌଣସି ସୂଚନା ନଥିବାରୁ ତଦନ୍ତ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି। 

ସେହିପରି ଗତବର୍ଷ ମଧ୍ୟ ମହାଦେବଙ୍କର ୧୦ ଏକର ଫସଲ ଚକଡା ପୋକ ଚରି ଦେଇଥିଲେ। ଲିଖିତ ଆବେଦନ ପରେ ମଧ୍ୟ ସେ ଗତବର୍ଷର କ୍ଷତିପୂରଣ ପାଇ ନଥିଲେ। 

Subscribe

National International State Sports Entertainment