ରାଜ୍ୟ କୃଷି ନୀତି ୨୦୨୦ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Khabar Odisha:state-odisha-CM-Naveen-patnaik-inagurate-state-krushi-policy-2020
ଭୁବନେଶ୍ଵର, ଜାନୁଆରୀ ୨୦ (ଖବର ଓଡ଼ିଶା) :

କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ରାଜ୍ୟ କୃଷି ନୀତି ୨୦୨୦କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ ବିନ୍ଦୁ। କୃଷିର ବିକାଶ ପାଇଁ ଆମେ ନିଷ୍ଠାର ସହ କାର୍ଯ୍ୟ କରୁଛୁ। କାଳିଆ ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି, ସ୍ଵାଭିମାନ ସହ ଚାଷୀ ବଞ୍ଚୁ। 

ଚାଷୀକୁ ଉନ୍ନତ ଏବଂ ଅଧୁନିକ ପ୍ରଣାଳୀରେ କରିବା ପାଇଁ ନବୀନ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଯେ, ଚାଷୀ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ, ଚାଷୀ ବିକାଶର ସାରଥୀ ହେଉ। ସରକାର ସବୁବେଳେ ଚାଷୀମାନଙ୍କ ସହ ଅଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। 

ସେହିପରି କୃଷି ନୀତିରେ ୩ଟି ଦିଗ ପ୍ରତି ଗୁରୁତ୍ଵ ଦିଆଯାଇଥିବା କୃଷି ସଚିବ କହିଛନ୍ତି। ନୂଆ ଜ୍ଞାନକୌଶଳ ବ୍ୟବହାର କରି ଚାଷୀଙ୍କ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ। ଅଣ ଧାନ ଫସଲ କରି ଚାଷୀଙ୍କ ଆଉ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯିବ। ଚାଷୀର ଉତ୍ପାଦିତ ଦ୍ରବ୍ୟକୁ ମାର୍କେଟ ସହ ଲିଙ୍କ ଉପରେ ଗୁରୁତ୍ଵ କରାଯିବ ବୋଲି ସେ କହିଛନ୍ତି।

Subscribe

National International State Sports Entertainment