ବଜେଟ୍‌: ଅନ୍ନଦାତାଙ୍କୁ ଶକ୍ତିଦାତାରେ ପରିଣତ କରିବାକୁ ମୋଦୀ ସରକାରଙ୍କ ଲକ୍ଷ୍ୟ
Khabar Odisha:budget-2019-allocation-for-agriculture
ନୂଆଦିଲ୍ଲୀ, ଜୁଲାଇ ୫ (ଖବର ଓଡ଼ିଶା):

ଅନ୍ନ ଦାତାଙ୍କୁ ଶକ୍ତି ଦାତାରେ ପରିଣତ କରିବାକୁ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ତାଙ୍କ ବଜେଟ୍‌ରେ ବଡ଼ ଘୋଷଣା କରିଛନ୍ତି । ଦଶ ହଜାର ନୂଆ କିଷାନ ଉତ୍ପାଦକ ସଂଘ ତିଆରିକୁ କରିବାକୁ ମୋଦୀ ସରକାର ବଜେଟ୍‌ ରଖିଚନ୍ତି । ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଛନ୍ତି କି ଆମ ସରକାରର କେନ୍ଦ୍ର ବିନ୍ଦୁ ହେଉଛି ଗାଁ, ଚାଷୀ ଓ ଗରୀବ । କୃଷି ସରଞ୍ଚନାରେ ଏବେ ନିବେଶ ପାଇଁ ଅଗ୍ରାଧିକାରୀ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

ଆମ ଦେଶ ଡାଲି ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହୋଇପାରିଛି । ତୈଳ ଜାତୀୟ ଉତ୍ପାଦନରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଆମ ଲକ୍ଷ୍ୟ କମ୍‌ ଖର୍ଚ୍ଚ କରିବା । ଚାଷୀଙ୍କୁ ତାଙ୍କର ଉଚିତ ମୂଲ୍ୟ ଦେବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସୀତାରମଣ ଗୃହରେ କହିଛନ୍ତି । କୃଷି କ୍ଷେତ୍ରରେ ସୁଧାର ପାଇଁ ବଡ଼ ସ୍ତରର ନିବେଶ କରିବାକୁ ପଡ଼ିବ । ଚାଷୀଙ୍କ ଉତ୍ପାଦନ ସହିତ ଘରୋଇ ଉଦ୍ୟୋଗଗୁଡ଼ିକୁ ଗୁରୁତ୍ୱ ଦିଆଯିବ । 

  • Tags:

Subscribe

National International State Sports Entertainment